Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀଙ୍କ ସୂଚନା: ‘ପ୍ରମେୟ’ No.1 ଖବର କାଗଜ

26/02/2021 at 2:19 PM

ଭୁବନେଶ୍ୱର୨୬/୨: ରାଜ୍ୟରେ ଦୈନିକ ଖବର କାଗଜ ତାଲିକାରେ ‘ପ୍ରମେୟ’ ୧ ନମ୍ବର। ଏହା ରାଜ୍ୟରେ ସର୍ବାଧିକ ପ୍ରସାରିତ। ଗୁରୁବାର ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ‘ପ୍ରମେୟ’ର ଦୈନିକ ପ୍ରସାରଣ ସଂଖ୍ୟା ହେଉଛି ୪ ଲକ୍ଷ ୨୭ ହଜାର ୫୧୯ । ତେବେ ସେହି ତୁଳନାରେ ‘ପ୍ରମେୟ’କୁ ସରକାରୀ ବିଜ୍ଞାପନ ମିଳିନାହିଁ। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଏହି ତଥ୍ୟ ରଖିଛନ୍ତି।

ଖବରକାଗଜର ପ୍ରସାରଣ ପ୍ରମାଣପତ୍ର ଦେଉଥିବା ଡିଏଭିପି ତଥ୍ୟକୁ ଆଧାର କରି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ‘ପ୍ରମେୟ’ ତଳକୁ ‘ସମ୍ବାଦ’ ୩ ଲକ୍ଷ ୭୦ ହଜାର ୨୦୫ ପ୍ରସାରଣ ସଂଖ୍ୟରେ ପହଞ୍ଚି ଦ୍ୱିତୀୟ ସ୍ଥାନରେ ଥିବାବେଳେ, ପ୍ରସାରଣ ସଂଖ୍ୟା ୩ ଲକ୍ଷ ୨୭ ହଜାରରେ ତୃତୀୟ ସ୍ଥାନରେ ରହିଛି ‘ଧରିତ୍ରୀ’ । ତା’ ପଛକୁ ରହିଛି ‘ସମାଜ’ । ଯାହାର ପ୍ରସାରଣ ସଂଖ୍ୟ ହେଉଛି ୩ ଲକ୍ଷ ୨୩ ହଜାର ୯୩୮ ।

‘ପ୍ରମେୟ’ ୧ ନମ୍ବର ହୋଇଥିଲେ ମଧ୍ୟ ସବୁଠୁ ଅଧିକ ବିଜ୍ଞାପନ ସରକାର ‘ସମ୍ବାଦ’କୁ ଦେଇଛନ୍ତି । ମନ୍ତ୍ରୀ ଦେଇଥିବା ହିସାବ ଅନୁସାରେ ଗତ ୬ ମାସ ମଧ୍ୟରେ ‘ସମ୍ବାଦ’ ୩ କୋଟି ୪୮ ଲକ୍ଷ ୭୭ ହଜାର ୪୬୭ ଟଙ୍କାର ସରକାରୀ ବିଜ୍ଞାପନ ପାଇଛି । ‘ପ୍ରମେୟ’ ପାଇଛି ୩ କୋଟି ୪୧ ଲକ୍ଷ ୬୮ହଜାର ୫୪୬ ଟଙ୍କାର ବିଜ୍ଞାପନ । ପ୍ରମୁଖ ଖବରକାଗଜ ମଧ୍ୟରେ ‘ସମାଜ’ ୩ କୋଟି ୫ ଲକ୍ଷ ୮ହଜାର ୧୧୮ ଟଙ୍କାର ସରକାରୀ ବିଜ୍ଞାପନ ପାଇଥିବାବେଳେ ‘ଧରିତ୍ରୀ’କୁ ମିଳିଛି ୨ କୋଟି ୯୧ ଲକ୍ଷ ୧୮ ହଜାର ୭୦୬ ଟଙ୍କାର ସରକାରୀ ବିଜ୍ଞାପନ । କରୋନା ମହାମାରୀ ପ୍ରଭାବରେ ସୂଚନା ଓ ଲୋକ ସମ୍ପର୍କ ଅନୁମୋଦିତ କୌଣସି ଖବରକାଗଜ ସଂପୂର୍ଣ୍ଣ ବନ୍ଦ ହୋଇଥିବା ସରକାରଙ୍କ ଦୃଷ୍ଟିକୁ ଆସିନି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କର ଡାଇରେକ୍ଟୋରିଏଟ୍‌ ଅଫ୍‌ ଆଡ଼୍‌ଭର୍ଟାଇଜିଂ ଆଣ୍ଡ ଭିଜୁଆଲ୍‌ ପବ୍ଲିସିଟି (ଡିଏଭିପି) ଦେଶରେ ପ୍ରସାରିତ ସମସ୍ତ ଜାତୀୟ ଓ ଆଞ୍ଚଳିକ ଖବରକାଗଜର ପ୍ରସାରଣ ସଂଖ୍ୟ ଅଡ଼ିଟ୍‌ କରି ପ୍ରମାଣପତ୍ର ଦେଇଥାନ୍ତି । ଏହି ପ୍ରମାଣପତ୍ର ଆଧାରରେ କେନ୍ଦ୍ର ସରକାର ଖବରକାଗଜଗୁଡ଼ିକ ଲାଗି ସରକାରୀ ବିଜ୍ଞାପନ ଦର ନିର୍ଦ୍ଧାରଣ କରିଥାନ୍ତି । ଗତ ଅକ୍ଟୋବର ମାସ ୮ ତାରିଖ ଠାରୁ ରାଜ୍ୟ ସରକାର ମଧ୍ୟ ଡିଏଭିପି ପ୍ରମାଣପତ୍ର ଆଧାରରେ ଖବରକାଗଜଗୁଡ଼ିକ ଲାଗି ବିଜ୍ଞାପନ ଦର ନିର୍ଦ୍ଧାରଣ କରିଛନ୍ତି ।

   Related Posts