ଆସନ୍ତା ୩୧ରୁ ଭୁବନେଶ୍ବରରୁ ବାରଣାସୀକୁ ସିଧା ଉଡିବ ବିମାନ
28/01/2020 at 10:05 AM

ଭୁବନେଶ୍ବର ୨୮।୧: ଆସନ୍ତା ୩୧ତାରିଖରୁ ଭୁବନେଶ୍ବରରୁ ବାରଣାସୀକୁ ସିଧାସଳଖ ଉଡିବ ବିମାନ । ୭୦ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାର୍ ବିମାନ ପ୍ରତିଦିନ ଭୁବନେଶ୍ବରରୁ ବାରଣାସୀ ଯିବ ।
ତେବେ ଏଥିପାଇଁ ଯାତ୍ରୀଙ୍କୁ ୩,୪୭୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପ୍ରତିଦିନ୧୨ଟା ୧୫ମିନିଟରେ ଭୁବନେଶ୍ବରରୁ ବିମାନ ଛାଡି ଦିନ ୨ଟା ୫ମିନିଟରେ ବାରଣାସୀରେ ପହଞ୍ଚିବ ବିମାନ ।
ସେହିଭଳି ୨ଟା୩୦ମିନିଟରେ ବାରଣାସୀରୁ ବାହାରି ୪ଟା୨୦ମିନିଟରେ ଭୁବନେଶ୍ବରରେ ପହଞ୍ଚିବ । ଯାତ୍ରୀମାନେ ଟିକେଟ ବୁକ୍ କରିବାକୁ www.airindia.inରେ ଲଗ୍ ଇନ୍ କରିପାରିବେ । ଏନେଇ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ବି.ଭି. ରାଓ ସୂଚନା ଦେଇଛନ୍ତି ।
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021