କୋଭିଡ୍ ମୁକାବିଲା : ରାଜଧାନୀରେ ଦିନକୁ ହେବ ୧୪୦୦ ଟେଷ୍ଟ, ବଢିବ ଆଉ ୧୫୦୦ ବେଡ୍, ବସ୍ତି ଅଞ୍ଚଳ ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ଆକ୍ଟିଭ୍ କେସ୍

Published By : Prameya-News7 Bureau | July 25, 2020 IST

ଭୁବନେଶ୍ୱର, ୨୫|୦୭:  ମହିଷାଖାଲ ବସ୍ତିରେ ଆକ୍ଟିଭ୍ କେସ୍ ରହିଛି । ଏହାକୁ କଣ୍ଟେନମେଣ୍ଟ୍ ଜୋନ୍ କରାଯାଇ ସର୍ଭେଲାନ୍ସ ଚାଲିଛି । ବସ୍ତି ଅଞ୍ଚଳରୁ ୨୦୧ଟି ପଜିଟିଭ୍ କେସ୍ ବାହାରିଛି । ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି । ଅଣବସ୍ତି ଅଞ୍ଚଳରୁ ୬୫୭ଟି କେସ୍ ବାହାରିଛି ବୋଲି  ବିଏମସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି । ସେହିପରି ରାଜଧାନୀରେ ଦୈନିକ ୧୪୦୦ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ପ୍ରମୁଖ ସଚିବ ଅନୁ ଗର୍ଗ ।

କରୋନା ସ୍ଥିତି ନେଇ ଅନୁ ଗର୍ଗ କହିଛନ୍ତି ଯେ, ଭୁବନେଶ୍ୱରରେ ଟ୍ରେସିଂ, ଟେଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ବିଏମସି ଦିନକୁ ୧୪୦୦ ଟେଷ୍ଟ କରିବ । ପ୍ରତି ଓ୍ୱାର୍ଡରେ ସଚେତକ କମିଟି କାମ କରୁଛି । ବସ୍ତି ଅଞ୍ଚଳରେ ମଧ୍ୟ କମିଟି ନିରନ୍ତର ଭାବେ କାମ କରୁଛି । ବସ୍ତିରେ ଆକ୍ଟିଭ୍ ସର୍ଭିଲାନ୍ସ ଟିମ୍ ଯାଞ୍ଚ୍ କରୁଛନ୍ତି । ସୂଚନା ପାଇଁ ସଚେତକ ଆପ୍ କରାଯାଉଛି । ସେ ଆହୁରି କହିଛନ୍ତି ଯେ, ରାଜଧାନୀରେ ହୋମ୍ ଆଇସୋଲେସନ ପାଇଁ ଅନୁମତି ଅଛି । ସମସ୍ତଙ୍କୁ ଏକଜୁଟ୍ ହୋଇ କାମ କରିବାକୁ ସେ କହିଛନ୍ତି । ଏତତ୍ ବ୍ୟତୀତ ଆଉ ୧୫ ଶହ କୋଭିଡ୍ ବେଡ୍ ବଢାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ବିଏମସି କମିଶନର ପ୍ରେମଚାନ୍ଦ ଚୌଧରୀ କହିଛନ୍ତି ଯେ, ମହିଷାଖାଲ ବସ୍ତିରେ ଆକ୍ଟିଭ୍ କେସ୍ ରହିଛି । ଏହାକୁ କଣ୍ଟେନମେଣ୍ଟ୍ ଜୋନ୍ କରାଯାଇ ସର୍ଭେଲାନ୍ସ ଚାଲିଛି । ସର୍ଭେଲାନ୍ସରେ ବସ୍ତିରେ ସଚେତକ କମିଟି ସାହାଯ୍ୟ କରୁଛି । ବସ୍ତି ଅଞ୍ଚଳରୁ ୨୦୧ଟି ପଜିଟିଭ୍ କେସ୍ ବାହାରିଛି । ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି । ଅଣବସ୍ତି ଅଞ୍ଚଳରୁ ୬୫୭ଟି କେସ୍ ବାହାରିଛି । ରାଜଧାନୀରେ ୪ଟି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ସେହିପରି ବିଏମସି ଅଞ୍ଚଳରେ କୋଭିଡ୍ ବେଡ୍ ସଂରକ୍ଷିତ ରଖାଯାଇଥିବା କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.