ଜଗତସିଂହପୁର ୦୪।୦୩- ଦଇବ କ’ଣ ସତରେ ଏତେ ନିଷ୍ଠୁର ? ଜନ୍ମ ଦେଇ ଏପରି ଅସହାୟ କରେ କାହିଁକି ? ଏହାକୁ କ’ଣ ଦୁର୍ଭାଗ୍ୟ କହିବା ଆମେ , ଆଉ କଲବଲ ହେବେ, ହେଉଥିବେ ଦୁନିଆକୁ ଜାଣି ନଥିବା ଦୁଇ ଶିଶୁ ? ସେମାନଙ୍କର ବଞ୍ଚିବାର ଅଧିକାରକୁ ସୁରକ୍ଷା ଦେବ କିଏ ? ଏପରି କେତେ ପ୍ରଶ୍ନ ଉଠେ. ସେହି ଦୁଇ ଶିଶୁଙ୍କୁ ଦେଖିଲେ । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଉକୁନ୍ଦରା ଗାଁର ସ୍ବର୍ଗତ ଅରୁଣ ଭୋଇ ଏବଂ ତାଙ୍କ ପତ୍ନୀ ସ୍ବର୍ଗତ ରଞ୍ଜିତା ଭୋଇଙ୍କ ଦୁଇ ସନ୍ତାନ । ଦୁଇ ପୁଅ । ଅଚ୍ୟୁତ ଓ ଅନନ୍ତ , ବୟସ ୪ ବର୍ଷ ଏବଂ ୨ ବର୍ଷ । ୫ମାସର ବ୍ୟବଧାନରେ ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ମାଆ- ବାପା । ଅସହାୟ ଅବସ୍ଥାରେ ଦୁଇ ଶିଶୁ । ସମସ୍ତଙ୍କ ଫାଟିରେ ଆହା , କିନ୍ତୁ ଦୁଇ ଅନାଥଙ୍କ ଲାଗି ବଞ୍ଚିବାର ରାହା ଅନିଶ୍ଚିତ ।
{"id":232800,"sizeSlug":"large"}ଦୁଇ କୁନି କୁନି ପୁଅ ଓ ସ୍ତ୍ରୀ ରଞ୍ଜିତାଙ୍କୁ ନେଇ ଥିଲା ଅରୁଣଙ୍କ ପରିବାର । ଦିନ ମଜୁରି ଲାଗି ଚଳୁଥିଲେ ସେମାନେ । କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ । ରୋଗରେ ପଡି ଆଖି ବୁଜିଲେ ରଞ୍ଜିତା । ଆଉତାର ୫ ମାସ ନପୁରୁଣୁ ଜଣ୍ଡିସରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ ଅରୁଣ । ଏବେ ଅନାଥ ୪ବର୍ଷର ଅଚ୍ୟୁତ ଆଉ ୨ବର୍ଷର ଅନନ୍ତ । ବାପା- ମାଆଙ୍କ ଶେଷ କର୍ମ ସରିନି । ତାହା କ’ଣ ଏହି ଦୁଇ ଶିଶୁ ମଧ୍ୟ ଜାଣନ୍ତିନାହିଁ । ଏବେ ଦାଦା-ଖୁଡିଙ୍କ ପାଖରେ ଆଶଅରୟ ନେଇଥିଲେ ବି ଭବିଷ୍ୟତ ଅନିଶ୍ଚିତ । କାରଣ ସେମାନଙ୍କୁ ପାଳି ପୋଷିବାର ସାମର୍ଥ୍ୟ ଦାଦା-ଖୁଡିଙ୍କର ବି ନାହିଁ । ସେମାନେ ମଧ୍ୟ ଭରଣ ପୋଷଣ ଦାୟିତ୍ବ ନେବାକୁ ଅକ୍ଷମତା ପ୍ରକାଶ କରୁଛନ୍ତି । ସେପଟେ ବାପ-ମାଆ ବି କିଛି ସେମିତି ରଖିନାହାନ୍ତି, ଯାହା ସେମାନଙ୍କୁ ବଞ୍ଚିବାର ରାହା ଦେବ ।ଏମିତିରେ ଏଇ କୁନି କୁନି ଶିଶୁ ଙ୍କ ସୁରକ୍ଷା ଓ ଜୀବନ କେବଳ ପ୍ରଶାସନର ସହାୟତା ଉପରେ ନିର୍ଭର କରୁଛି ।ଅସହାୟ ଶୈଶବଙ୍କୁ ନେଇ ବଢ଼ିଛି ଚିନ୍ତା ।
{"id":232801,"sizeSlug":"large"}ଯଦି ପ୍ରଶାସନ ପିଲାଦୁଇଟିଙ୍କ ଦାୟିତ୍ବ ନିଅନ୍ତେ କିମ୍ବା କେହି ସହୃଦୟ ବ୍ୟକ୍ତି ବା ସ୍ବେଚ୍ଛାସେବୀ ସଂସ୍ଥା ଶହାୟତାର ହାତ ବଢାନ୍ତେ ତାହେଲେ ହୁଏତ ସେମାନଙ୍କ ଭବିଷ୍ୟତ ତିଆରି ହୋଇପାରନ୍ତା । ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ସହ ପିଲା ଦୁହିଁକ ବାବଦରେ ପ୍ରଶାସନ ସହ ଆଲୋଚନା କରିଛନ୍ତି ସ୍ଥାନୀୟ ସରପଞ୍ଚ ।ତେବେ ଅଚ୍ୟୁତ – ଅନନ୍ତଙ୍କୁ ବଞ୍ଚିବାର , ବଢିବାର ଆଉ ସେମାନଙ୍କ ଓଠରେ ହସ ଫୁପୁଟାଇବାର ଭରସା ପାଇଁ ହିଁ ଚିନ୍ତା ।ଯୋଜନା ଅଛି , ତାର କାର୍ଯ୍ୟକାରିତା ଲୋଡା ଏବଂ ସରକାରୀ କର୍ତ୍ତୁପକ୍ଷ ସହା ହେବା ଜରୁରି । ନହେଲେ ଦୁଇ ଶିଶୁଙ୍କ ଭବିଷ୍ୟତ ଯେ, ଅନ୍ଧାରକୁ ଠେଲି ହୋଇଯିବ ତାହା ନିଶ୍ଚିତ ।