ବିଲୟ ହେବ ଦାଦରା-ନଗରହାଭେଲୀ ଓ ଡାମନ ଏବଂ ଡ୍ୟୁ, ପ୍ରସ୍ତାବରେ ବାଜିଲା ଲୋକସଭାର ମୋହର, ଏଣିକି ୨ ନୁହେଁ ଗୋଟିଏ କେନ୍ଦ୍ର ଶାସିତ ମାନ୍ୟ ହେବେ

Published By : Prameya-News7 Bureau | November 27, 2019 IST

ନୂଆଦିଲ୍ଲୀ ୨୭।୧୧:  ଦାଦରା-ନଗରହାଭେଲୀ ଓ ଡାମନ ଏଣ୍ଡ ଡ୍ୟୁ ଆଉ ଅଧିକ ସମୟ ପୃଥକପୃଥକ କେନ୍ଦ୍ରଶାସିତ ପ୍ରଦେଶ ହୋଇ ରହିବେନି। ଏ ନେଇ ପ୍ରସ୍ତାବକୁ ବୁଧବାର ଲୋକସଭାର ମଞ୍ଜୁରୀ ମିଳିଛି। ଦାଦରା ଓ ନଗରହାଭେଲୀ ଦୁଇଟି ଜିଲ୍ଲା ହୋଇଥିବା ବେଳେ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶର ମାନ୍ୟତା ଉପଭୋଗ କରୁଥିଲେ। ସେହିପରି ଡାମନ ଏବଂ ଡ୍ୟୁ ମଧ୍ୟ । ଏଣୁ ୪ଟି ଅଞ୍ଚଳକୁ ମିସାଇ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ କରିବା ଲାଗି ପ୍ରସ୍ତାବ ଅନେକ ଦିନରୁ ଲମ୍ବିତ ଥିଲା।

{"id":190789,"sizeSlug":"large"}

ଗତ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରି ଜମ୍ମୁ-କାଶ୍ମୀର ଓ ଲଦ୍ଦାଖକୁ ପୃଥକ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରିଥିଲେ। ୩ ମାସ ପରେ ଏବେ ୨ଟି କେନ୍ଦ୍ର ଶାସିତ ରାଜ୍ୟଙ୍କୁ ଭାଙ୍ଗି ଗୋଟିଏରେ ପରିଣତ କରାଯିବ। ତେବେ ସୁଗମ ପ୍ରଶାସନ ଓ ବିକାଶ ସୁନିଶ୍ଚିତ କରିବା ଲାଗି ଦାଦରା, ନଗରହାଭେଲୀ, ଡାମନ ଓ ଡ୍ୟୁକୁ ମିସାଇ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟ କରାଯାଉଥିବା ପ୍ରସ୍ତାବ ଚର୍ଚ୍ଚାରେ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଜି. କିସାନ ରେଡ୍ଡୀ ଗୃହକୁ କହିଛନ୍ତି।

{"id":190790,"sizeSlug":"large"}

ସେହିପରି ସମ୍ବିଧାନ ଅନୁସାରେ ଉଭୟ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ପୂର୍ବଭଳି ସଂରକ୍ଷଣ ସୁବିଧା ମଧ୍ୟ ପ୍ରାପ୍ତ କରିବେ ବୋଲି ରେଡ୍ଡୀ ଗୃହକୁ ଆଶ୍ୱସ୍ତ କରିଛନ୍ତି। ଏବେ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ହେବା ଯୋଗୁ ଅଧିକାରୀମାନେ ସପ୍ତାହକୁ ୫ ଦିନ କାର୍ଯ୍ୟାଳୟରେ ମିଳିବେ ଯାହା ପୂର୍ବରୁ ଦୁଇ କେନ୍ଦ୍ର ଶାସିତ ପ୍ରଦେଶରେ ଅଲଗା ଅଲଗା ଦିନରେ ଉପଲବ୍ଧ ହେଉଥିଲା।  ଦାଦରା ଓ ନଗରହାଭଲୀ ର ସ୍ୱାଧୀନ ସାଂସଦ ମୋହନ ଦେଲକର ଗୃହରେ ବିଧେୟକକୁ ସ୍ୱାଗତ କରିଥିବା ବେଳେ ଉଭୟ କେନ୍ଦ୍ର ଶାସିତ ପ୍ରଦେଶର ଯେପରି ସାଂସ୍କୃତିକ ବିବିଧତା ଅକ୍ଷୁର୍ଣ୍ଣ ରହେ ସେଥିପ୍ରତି  ଦୃଷ୍ଟି ଦେବାକୁ କହିଛନ୍ତି।

{"id":190791,"width":576,"height":310,"sizeSlug":"large"}

ସେହିପରି ଡାମନ ଓ ଡ୍ୟୁର ବିଜେପି ସାଂସଦ ଲାଲୁ ଭାଇ ପଟେଲ ମଧ୍ୟ ବିଧେୟକକୁ ସମର୍ଥନ କରିଛନ୍ତି। ତେବେ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ଏକ ହୋଇଥିବା ବେଳେ ଏଥିଲାଗି ଦିଲ୍ଲୀ ଓ ପୁଡୁଚେରୀ ଭଳି ବିଧାନସଭା ନିମନ୍ତେ  ଦାବି କରିଛନ୍ତି। ତେବେ ନ୍ୟୁନତମ ସରକାର ଓ ଅଧିକ ଶାସନ ନୀତିରେ ଦୁଇ ରାଜ୍ୟକୁ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାର ସଂସଦରେ କହିଛନ୍ତି।

{"id":190792,"sizeSlug":"large"}

ତେବେ ଦୁଇଟି ପୃଥକ ରାଜ୍ୟ ହେବା ଯୋଗୁ ୨ଟି ସଂଘ କ୍ଷେତ୍ର ଓ ପୃଥକ ସମ୍ବିଧାନ ହେବା ଯୋଗୁ ପ୍ରଶାସନିକ କାର୍ଯ୍ୟରେ ବାଧା ଉପୁଜୁଥିଲା। ଏବେ ଏହା ଦୂର ହୋଇପାରିବ ବୋଲି ସଂସଦରେ କୁହାଯାଇଛି। ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ରାଜ୍ୟ ଗଠନ ପରେ ଦେଶରେ କେନ୍ଦ୍ର ଶାସିତ ପ୍ରଦେଶ ସଂଖ୍ୟା ୯ରେ ପହଞ୍ଚିଥିଲା। ତେବେ ଡାମନ-ଡ୍ୟୁ, ଦାଦର ଓ ନଗରହାଭେଲୀ ଗୋଟିଏ ରାଜ୍ୟରେ ପରିଣତ ହେବା ଯୋଗୁ ଏବେ ଦେଶରେ କେନ୍ଦ୍ର ଶାସିତ ପ୍ରଦେଶ ସଂଖ୍ୟା ୮କୁ ହ୍ରାସ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.