ଆମେରିକା ହିଂସା: ଜର୍ଜ ଫ୍ଲଏଡ ଝିଅଙ୍କ ଭାବୁକଭରା ଭିଡିଓ ଭାଇରାଲ୍, କହିଲେ- ବାପା ମୋର ଦୁନିଆ ବଦଳାଇ ଦେଲେ
7/06/2020 at 5:16 PM

ଓ୍ଵାଶିଂଟନ ୦୭।୦୬: କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ପୂରା ଦୁନିଆରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଜର୍ଜ ଫ୍ଲଏଡ ଆମେରିକାର ମିନେପୋଲିସ୍ ସହରର ବାସିନ୍ଦା ଥିଲେ। ମେ ୨୫ ତାରିଖରେ ଆମେରିକାର ମିନିଆପୋଲିସରେ ପୋଲିସ ହାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଣେ ଶ୍ଵେତ ପୋଲିସ୍ ଅଧିକାରୀ ଡେରେକ ଚୌଭିନ ଫ୍ଲଏଡଙ୍କୁ ତଳେ ପକାଇ ତାଙ୍କ ବେକରେ ଆଣ୍ଠୁ ଦେଇ ଆଠ ମିନିଟ୍ରୁ ଅଧିକ ସମୟ ଧରି ମାଡି ରହିଥିଲେ। ଏଥିରେ ୪୬ ବର୍ଷୀୟ ଜର୍ଜ ଫ୍ଲଏଡ ନିଃଶ୍ଵାସ ନେବାରେ ଛଟ୍ପଟ୍ ହୋଇଥିଲେ।

ପୋଲିସ ହାତରେ ଜର୍ଜଙ୍କ ମୃତ୍ୟୁ ପରେ ଆମେରିକାରେ ଜୋରଦାର ବିରୋଧ ପ୍ରଦର୍ଶନ ଜାରି ରହିଛି। ସ୍ଥିତି ବିଗୁଡୁଥିବା ଦେଖି ସିନସୋଟାରେ ପୋଲିସ୍ ପାଇଁ ଆଇନ୍ରେ ପରିବର୍ତ୍ତନ କରାଯାଇଛି। ନୂତନ ଆଇନ ଅନୁଯାୟୀ ରାଜ୍ୟର ମିନେପୋଲିସ୍ ସହରର ପୋଲିସ ଏବେ କୌଣସି ବି ଅଭିଯୁକ୍ତଙ୍କ ବେକ ଧରି ପାରିବେ ନାହିଁ। ଏହି ବିରୋଧ ପ୍ରଦର୍ଶନ ସମୟରେ ଜର୍ଜଙ୍କ ୬ ବର୍ଷର ଝିଅ ଗିୟାନାଙ୍କ ଭାବୁକ କରିବା ଦେବା ଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏଥିରେ ସେ ପୂର୍ବତନ ଏନବିଏ ଖେଳାଳି ଷ୍ଟିଫେନ୍ ଜ୍ୟାକ୍ସନଙ୍କ କାନ୍ଧରେ ବସିଥିବା ଦେଖା ଯାଉଛନ୍ତି।
ଜ୍ୟାକ୍ସନ ଜର୍ଜଙ୍କ ନିକଟତମ ବନ୍ଧୁ। ଏହି ଭିଡିଓଟି ମିନପୋଲିସରେ ଜାରି ବିରୋଧ ପ୍ରଦର୍ଶନ ସମୟର। ଏଥିରେ ଗିୟାନା କହୁଛନ୍ତି, ମୋର ବାପା ଦୁନିଆକୁ ବଦଳାଇ ଦେଇଛନ୍ତି। ଜ୍ୟାକ୍ସନ ଏହାର ସମର୍ଥନ କରିଛନ୍ତି। ଉଲ୍ଲେଖନୀୟ ଆମେରିକାରେ ଜର୍ଜଙ୍କୁ ନ୍ୟାୟ ଦେବା ପାଇଁ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହା ମଧ୍ୟରେ ଦିୟାନାଙ୍କ ହୃଦୟ ଛୁଇଁବା ପରି ଏହି ଭିଡିଓଟି ଭାଇରାଲ୍ ହୋଇଛି। ଏଥିରେ ସେ ତାଙ୍କ ବାପା ଦୁନିଆ ବଦଳାଇ ଦେଇଥିବା କହୁଛନ୍ତି।

କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ପୂରା ଦୁନିଆରେ ବିରୋଧ ଓ ପ୍ରଦର୍ଶନ ଜାରି ରହିଛି। ଜର୍ଜ ମିନେପୋଲିସ ସହରର ନିବାସୀ ରହିଥିଲେ। ଆମେରିକାର ଅନେକ ସହରରେ ହିଂସାତ୍ମକ ଆନ୍ଦୋଳନ ଘଟିଛି। କିଛି ଦିନ ତଳେ ହ୍ଵାଇଟ୍ ହାଉସ୍ ପର୍ଯ୍ୟନ୍ତ ଆନ୍ଦୋଳନ ପହଞ୍ଚିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଙ୍କର ମଧ୍ୟରେ ଲୁଚିବାକୁ ପଡିଥିଲା।