ଦିଗଜ କଳା ନିର୍ଦ୍ଦେଶକ ଲିଲାଧର ସାୱନ୍ତଙ୍କ ଦେହାନ୍ତ, ଆର୍ଥିକ ସଙ୍କଟ ସହ କରୁଥିଲେ ସଂଘର୍ଷ

Published By : Prameya-News7 Bureau | October 22, 2021 IST

ମୁମ୍ବାଇ ୨୨/୧୦: ଦାଦାସାହେବ ଫାଲକେ ପୁରସ୍କାର ପ୍ରାପ୍ତ କଳା ନିର୍ଦ୍ଦେଶକ ଲୀଲାଧର ସାୱନ୍ତ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ୭୦ ବର୍ଷ ବୟସରେ, ଲୀଲାଧର ଅକ୍ଟୋବର ୨୧ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

{"width":651,"height":405}
leeladhar_sawant_2.jpg

ଲିଲାଧର ସାୱନ୍ତ ଗତ ଦଶ ବର୍ଷ ଧରି ତାଙ୍କ ପତ୍ନୀ ପୁଷ୍ପା ସାୱନ୍ତଙ୍କ ସହ ରହୁଥିଲେ। ସେ ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲାର ଜୌଲକା ଗ୍ରାମରେ ରହୁଥିଲେ। ସେ ଦୀର୍ଘ ସମୟ ଧରି ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ। ପୁଷ୍ପା ସାୱନ୍ତ ମଧ୍ୟ କିଛି ସମୟ ପୂର୍ବରୁ ଏକ ସାକ୍ଷାତକାରରେ ଏହା ଉଲ୍ଲେଖ କରିଥିଲେ।

wp:html /wp:html

ପୁଷ୍ପା ସାୱନ୍ତ ସାକ୍ଷାତକାରରେ କହିଥିଲେ, ସେ ବର୍ତ୍ତମାନ ବହୁତ କଷ୍ଟଦାୟକ ଜୀବନ ଅତିବାହିତ କରୁଛନ୍ତି। ପ୍ରାୟ ୨୫ ବର୍ଷ ଧରି ବଲିଉଡରେ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ଲିଲାଧର ଅତ୍ୟଧିକ ଅସୁସ୍ଥ ଓ ଅସହାୟ ହୋଇପଡିଛନ୍ତି। ମୁଁ ତାଙ୍କ ସହ କାମ କରିଥିବା ସମସ୍ତ କଳାକାରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରୁଛି। ତାଙ୍କର ଦୁଇଟି ବାଇପାସ୍ ସର୍ଜରୀ ହୋଇସାରିଛି ଏବଂ ଦୁଇଥର ବ୍ରେନ୍ ହାମରେଜ ବି ହୋଇସାରିଛି।

କଳା ନିର୍ଦ୍ଦେଶକ ଲିଲାଧର ସାୱନ୍ତ ୨୫ ବର୍ଷ ଧରି ଇଣ୍ଡଷ୍ଟ୍ରିରେ କାମ କରିଥିଲେ। ସେ ପ୍ରାୟ ୧୭୦ ଟି ଫିଲ୍ମରେ କଳା ନିର୍ଦ୍ଦେଶନା ଦେଇଥିଲେ। ଏହା ସହିତ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.