କେ କେ ମେନନଙ୍କୁ ଦାଦା ସାହେବ ଫାଲକେ ବହୁମୁଖୀ ଅଭିନେତା ଆୱାର୍ଡ: ସୁଶାନ୍ତ ସିଂହ କ୍ରିଏଟିଭ୍ ବେଷ୍ଟ ଆକ୍ଟର୍ ଆୱାର୍ଡରେ ସମ୍ମାନିତ

Published By : Prameya-News7 Bureau | February 22, 2021 IST

ମୁମ୍ବାଇ ୨୨/୦୨ : ଗତ ଦୁଇ ଦିନ ହେଲା ଦାଦା ସାହେବ ଫାଲକେ ଇନ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ୨୦୨୧କୁ ନେଇ ଚର୍ଚ୍ଚା ହେଉଛି। ଶନିବାର ରାତିରେ ଏହି ଆୱାର୍ଡ ଘୋଷଣା ହୋଇଥିଲା। ଆୱାର୍ଡ ସମାରୋହର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଆୱାର୍ଡ ସମାରୋହରେ ଅଜୟ ଦେବଗନଙ୍କ ଫିଲ୍ମ 'ତାହ୍ନାଜୀ' କୁ ସର୍ବଶ୍ରେଷ୍ଠ ଫିଲ୍ମର ଆୱାର୍ଡ ମିଳିଛି। ଫିଲ୍ମ 'ଲକ୍ଷ୍ମୀ' ପାଇଁ ଅକ୍ଷୟ କୁମାରଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଆୱାର୍ଡ ମିଳିଛି। ଫିଲ୍ମ 'ଛପାକ' ପାଇଁ ଦୀପିକା ପାଦୁକୋନଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି।

{"id":412752,"sizeSlug":"large","linkDestination":"none"}

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ ମଧ୍ୟ ଖୁସି ହୋଇଛନ୍ତି। ସୁଶାନ୍ତଙ୍କୁ ଫିଲ୍ମ 'ଦିଲ ବେଚାରା' ପାଇଁ କ୍ରିଏଟିଭ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଛି। ଫିଲ୍ମ 'ଗିଲଟି' ପାଇଁ କ୍ରିଏଟିଭ ବେଷ୍ଟ ଆକ୍ଟ୍ରେସ ଆୱାର୍ଡ କିଆରା ଆଡ଼ଭାନୀଙ୍କୁ ମିଳିଛି। କମିକ୍ ରୋଲ୍ ପାଇଁ କୁନାଲ ଖେମୁଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଛି।

{"id":412756,"sizeSlug":"large","linkDestination":"none"}

'ବ୍ଲାକ୍ ଫ୍ରାଇଡେ ' (୨୦୦୪), 'ସରକାର ରାଜ' (୨୦୦୮), 'ଗୁଲାଲ୍' (୨୦୦୯), 'ଏବିସିଡି' (୨୦୧୩) ଏବଂ 'ଗାଜୀ ଆଟାକ୍' (୨୦୧୭) ଭଳି ଫିଲ୍ମ ପାଇଁ ଅଭିନେତା କେ କେ ମେନନଙ୍କୁ ମୋଷ୍ଟ ଭର୍ସାଟାଇଲ (ବହୁମୁଖୀ ଅଭିନେତା) ଆୱାର୍ଡ ମିଳିଛି।

{"id":412755,"sizeSlug":"large","linkDestination":"none"}

ପ୍ରଧାନମନ୍ତ୍ରୀ ମୋଦି ଦାଦା ସାହେବ ଫାଲକେ ଇନ୍ଟରନ୍ୟାଶନାଲ ଆୱାର୍ଡ ଟିମକୁ ଶୁଭକାମନା ଜଣାଇଥିଲେ। ସେ ନିଜ ଚିଠିରେ ଲେଖିଥିଲେ, "ଦାଦା ସାହେବ ଫାଲକେ ଇନ୍ଟରନ୍ୟାଶନାଲ ଆୱାର୍ଡ ୨୦୨୧ ସମ୍ପର୍କରେ ଜାଣି ଖୁସି ଲାଗିଲା। ଏହି ଆୱାର୍ଡ ଦାଦା ସାହେବ ଫାଲକେଙ୍କ ଉତ୍ତରାଧିକାରୀ ପାଳନ କରନ୍ତି ଯିଏ ପ୍ରକୃତ ଦୂରଦର୍ଶୀ ଥିଲେ। ଭାରତୀୟ ସିନେମାର ତାଙ୍କର ଅଗ୍ରଣୀ ଓ ଶ୍ରେଷ୍ଠ ଭୂମିକା ରହିଛି।"

ଏହି ଆୱାର୍ଡ ଭାରତୀୟ ସିନେମା ଜଗତର ପିତାମହ କୁହାଯାଉଥିବା ମହାନ ବ୍ୟକ୍ତିତ୍ୱ ଦାଦା ସାହେବ ଫାଲକେଙ୍କ ସ୍ମୃତିରେ ଆରମ୍ଭ କରାଯାଇଥିଲା। ୧୮୭୦ ଏପ୍ରିଲ ୩୦ରେ ତାଙ୍କର ଜନ୍ମ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.