Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍

18/10/2021 at 7:30 AM

କଣ୍ଟାବାଞ୍ଜି, ୧୮|୧୦:  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ଦାଦନ ଶ୍ରମିକ ଉଦ୍ଧାର । ରବିବାର ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ୩୯ଜଣ  ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ।

ଦାଦନ ଶ୍ରମିକଙ୍କ ମଧ୍ୟରେ ୨୪ ଜଣ ପୁରୁଷ, ୧୫ ମହିଲା ଓ ୩ ଶିଶୁ ଅଛନ୍ତି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଥାନା ବାହାବଲ, ବାଞ୍ଜିପାଲି, ଟେମ୍ବରିପାଳ , ଗମ୍ଭାରିମାଲ ଗାଁର ବୋଲି ଜଣାଯାଇଛି ।

ଶ୍ରମିକମାନେ ୩ଟି ବୋଲେରୋ ଗାଡିରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯାଉଥିବା ବେଳେ ପୋଲିସ ଚଟୁଅନକା ଛକ ଠାରେ ସନ୍ଦେହରେ ଗାଡିକୁ ଅଟକାଇଥିଲା । ଗାଡିରେ ଶ୍ରମିକମାନେ ଥିବା ବେଳେ ତଦନ୍ତ ପାଇଁ ସମସ୍ତଙ୍କୁ ଥାନାକୁ ଅଣାଯାଇଥିଲା । ସେମାନେ କୋରବା-ବିଶାଖାପାଟଣା ଲିଙ୍କ୍ ଏକ୍ସପ୍ରେସ ଟ୍ରେନ ଯୋଗେ ବିଜୟନଗରମ୍ ଦାଦନ ଖଟିବାକୁ ଯାଉଥିଲେ ବୋଲି ଜଣାପଡିଛି । ଏଘଟଣାରେ ପୋଲିସ ଖପ୍ରାଖୋଲ ଥାନା ସର୍ଗିମୁଣ୍ଡା ଗାଁର ଦାଦନ ସର୍ଦ୍ଦାର କାର୍ତିକ ବାଗଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

   Related Posts