Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଦାଦନର ଦୁଃଖ: ୧୩ ବର୍ଷ ବୟସ୍କା ଝିଅର ମୃତ ଦେହ ଧରି ଫେରିଲା ଅସହାୟ ମା

3/07/2019 at 6:18 PM

ନୂଆପଡା ୩|୭: ନୂଆପଡା ଜିଲ୍ଲାରେ ପୁଣି ଦାଦନ ଦୁଃଖ । ୨ ବର୍ଷ ତଳେ ହାଇଦ୍ରାବାଦରେ କାମ କରିବା ପାଇଁ  ଯାଇଥିଲେ ଖଡ଼ିଆଳ ଥାନା ପାତଲପଡା ଗାଁର ଏକ ପରିବାର । ହେଲେ ନାବାଳିକା ଝିଅର ଦେହ ଅସୁସ୍ଥ ହୋଇପଡିବାରୁ ଇଟାଭାଟି ମାଲିକ ତଡିଦେଇଥିଲେ । ଆଉ ଫେରିବା ବାଟରେ ହିଁ ଅସୁସ୍ଥ ଝିଅର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସରକାରୀ ସହାୟତା ଦାବି ହୋଇଛି।

ପେଟ ପାଟଣା ପାଇଁ ଚାଲିଗଲା ନିରିହ ଝିଅର ଜୀବନ । ଦାଦନ ଖଟିବାକୁ ୪ ଝିଅ ଓ ପୁଅଙ୍କୁ ଧରି ସୁଦୁର ଆନ୍ଧ୍ରପ୍ରଦେଶ ଯାଇଥିଲେ । ଭଲ ଦିପଇସା କମାଇଲେ ପରିବାର ଚଳିବ । ହେଲେ ସବୁ ଓଲଟପାଲଟ ହୋଇଗଲା । ଝିଅର ମୃତଦେହ ଧରି ଗାଁକୁ ଫେରିଲା ଅସହାୟ ମା’ । ଏ  କରୁଣ କାହାଣୀ ହେଉଛି ନୂଆପଡା ଜିଲ୍ଲା ଖଡିଆଳ ଥାନା ପାତଲପଡା ଗାଁର ଉଆଁସ ମାଝୀଙ୍କର। ଏବେ ପାଖରେ ୧୩ ବର୍ଷିର ଝିଅ ମୃତଦେହପଡିଛି । ଏପଟେ ପାଖରେ କୁନି ପୁଅ ଏବଂ ୩ ଝିଅଙ୍କୁ ଧରି କାନ୍ଦୁଛନ୍ତି । କରିବେ ବା କଣ , ଆଉ କିଛି ବାଟ ନାହିଁ । ସ୍ବାମୀଙ୍କ ମୃତ୍ୟୁ ପରେ ୨ ବର୍ଷ ହେଲା ହାଇଦ୍ରାବାଦ ପୈଦାପଲ୍ଲିସ୍ଥିତ ଏକ ଇଟାଭାଟିରେ ସେ କାମ କରୁଥିଲେ । କିଛି ଦିନ ତଳେ ୧୩ ବର୍ଷର ଝିଅ କିଆଫୁଲ ମାଝୀ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଇଟାଭାଟି ମାଲିକ ତଡିଦେଇଥିଲେ । ଆଉ ଘରକୁ ଫେରିବା ବାଟରେ ହିଁ ଝିଅର ପ୍ରାଣବାୟୁ ଉଡିଗଲା ।

୨ ବର୍ଷ ତଳେ ସ୍ଥାନୀୟ ଦାଦନ ଦଲାଲ ସହଦେବ ତାଣ୍ଡିଙ୍କ ଠାରୁ କାମ କରିବା ପାଇଁ ଅଗ୍ରୀମ ଟଙ୍କା ନେଇଥିଲେ । ଇଟାଭାଟିରେ ମା ସହ ୪ ନାବାଳିକା ଝିଅ ଓ ପୁଅ ସାଙ୍ଗରେ ରହୁଥିଲେ । କିନ୍ତୁ ସରଳତାର ଫାଇଦା ନେଇ ୬ ମାସ ବଦଳରେ ୨ ବର୍ଷ ହେବ ବନ୍ଧା ପଡିଥିଲେ ପରିବାର। ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଯେତେ ଗୁହାରି କଲେବି କେହି ଶୁଣିଲେନି । ଶେଷରେ ଝିଅର ମୃତଦେହ ଧରି ଗାଁକୁ ଫେରିଛନ୍ତି । ଗାଁରେ ଏବେ ଶୋକର ଛାୟା ଖେଳି ଯାଇଥିବା ବେଳେ ସରକାରୀ ସହାୟତା ଦାବି ହୋଇଛି ।

କେହି ଯେମିତି ଭୋକ ପେଟରେ ନଶୋଇବେ, ସେଥିଲାଗି କାହିଁ କେତେ ଯୋଜନା । କିନ୍ତୁ ପେଟକୁ ଗଣ୍ଡେ ଦାନା ଯୋଗାଡିବା ପାଇଁ ଦାଦନ ଶ୍ରମିକ ବାରମ୍ବାର ନିର୍ଯ୍ୟାତନାର ଶିକାର ହେଉଛନ୍ତି ।

   Related Posts