Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ରାଜ୍ୟ ବାହାରକୁ ଚାଲାଣ ବେଳେ ଉଦ୍ଧାର ହେଲେ ୪୮ ଦାଦନ ଶ୍ରମିକ, ଦଲାଲ ଫେରାର୍‌

14/11/2020 at 9:42 AM

କଣ୍ଟାବାଞ୍ଜି ୧୪।୧୧ : ରାଜ୍ୟ ବାହାରକୁ ବେଆଇନ୍‌ ଭାବେ ଦାଦନ ଚାଲାଣ ବେଳେ ଶ୍ରମିକ ଉଦ୍ଧାର । କଣ୍ଟାବାଞ୍ଝି ପୋଲିସ ଦ୍ୱାରା ୪୮ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରୁ  ୨୫ ପୁରୁଷ, ୨୩ ମହିଳା ଥିବା ବେଳେ ୮ ଶିଶୁ ଥିବା ଜଣାଯାଇଛି ।

ଦାଦନ ଶ୍ରମିକ ମାନେ ବରଗଡ ଜିଲ୍ଲା ବରପାଳି, ନୁଆପଡା ଜିଲ୍ଲା ବୁଡେନ, ସିନାପାଳି, ବଲାଙ୍ଗିର ଜିଲ୍ଲା ମୁରିବାହାଲ, ଚୁଡାପାଳିଅଂଚଳର ବୋଲି ଜଣାଯାଇଛି । ଉଦ୍ଧାର ଦାଦନ ଶ୍ରମିକ ମାନେ ଦାଦନ ସର୍ଦାର ଠାରୁ ମୁଣ୍ଡା ପିଛି ୩୫ ରୁ ୪୦ ହଜାର  ଲେଖାଏ ମୁଣ୍ଡପିଛା ଅଗ୍ରିମ ନେଇ ଅଟୋ ଓ ପିକଅପ ଗାଡିରେ ଯୋଗେ ରେଳ ଷ୍ଟେସନକୁ ଯାଉଥିବା ବେଲେ ପୋଲିସ ଚଢାଉ କରିଥିଲା ।

 ଦାଦନ ଶ୍ରମିକ ମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନେ ହାଇନ୍ଦ୍ରାବାଦର ଏକ ଇଟା ଭାଟିକୁ ଯିବାକୁ ଥିବା ଜଣାଯାଇଛି । ତେବେ ପୋଲିସ ଚଢାଉ ବେଲେ ଦାଦନ ସର୍ଦାର ଫେରାର ହୋଇଥିବା ଜଣାପଡିଛି । ଏଠାରେ କାମ ଧନ୍ଧା ମିଲୁନଥିବା ଯଏାଗୁଁ ଶମିକ ମାନେ ରାଜ୍ୟ ବାହରକୁ ବାଧ୍ୟ ହୋଇ କାମ କରିବାକୁ ଯାଉଥିବା କହିଛନ୍ତି ।

   Related Posts