୨୭ ଶିଶୁ ଶ୍ରମିକ ଉଦ୍ଧାର : ରାଜ୍ୟ ବାହାରକୁ ଯିବା ପୂର୍ବରୁ ପୋଲିସର ଚଢାଉ, ଜଣେ ମହିଳା ଦଲାଲ ଅଟକ

Published By : Prameya-News7 Bureau | March 15, 2020 IST

ଭଦ୍ରକ ୧୫।୦୩: ୨୭ ଶିଶୁ ଶ୍ରମିକ ଉଦ୍ଧାର । ରାଜ୍ୟ ବାହାରକୁ ଯିବା ପୂର୍ବରୁ ମହିଳା ଦଲାଲ ସହ ୨୭ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ । ଭଦ୍ରକ ଗ୍ରାମଞ୍ଚଳ ଥାନା ଜିତାନଗା ଗାଁ ନିକଟରୁ ନାବାଳିକା ଓ ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ଶନିବାର ବିଳମ୍ବିତ ରାତିରେ ଏମାନେ ଏକାଠି ହୋଇ ରାଜ୍ୟ ବାହାରକୁ ଯାଉଥିଲେ । ଏ ନେଇ ସୂଚନା ପାଇ ଏକ ଘରେ ଚଢ଼ାଉ କରିଥିଲା ପୋଲିସ । ସେଠାରୁ ୧୭ ନାବାଳିକା ଓ ୧୦ ନାବାଳକ ଉଦ୍ଧାର ହୋଇଛନ୍ତି । ଜଣେ ମହିଳା ଦଲାଲ ମଧ୍ୟ ଧରା ପଡିଛନ୍ତି । ତେବେ ଘର ମାଲିକ ଗୌରୀପ୍ରଭା ପତି ସମସ୍ତଙ୍କୁ ରାଜ୍ୟ ବାହରେ ଏକ ଘରୋଇ କମ୍ପାନୀକୁ ନେଇ କାର୍ଯ୍ୟ କରାଇଥାନ୍ତେ ବୋଲି ସୂଚନା ମିଳିଛି । ଉଦ୍ଧାରଙ୍କ ମଧ୍ୟରୁ ଅଧିକାଂଶ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବୋଲି ଜଣାପଡିଛି । ମହିଳା ଦଲାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.