Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ହାଇଦ୍ରାବାଦ ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର

20/12/2020 at 8:01 AM

କଣ୍ଟାବାଞ୍ଝୀ ୨୦।୧୨ :  ପୁଣି କଣ୍ଟାବାଞ୍ଝୀ ବଙ୍ଗୋମୁଣ୍ଡା ଅଞ୍ଚଳରୁ ଦାଦନ ଶ୍ରମିକ ଉଦ୍ଧାର । ବେଆଇନ ଚାଲାଣ ବେଳେ ୧୩ ଜଣ ଶ୍ରମିକଙ୍କୁ ଉଦ୍ଧାର ବଙ୍ଗୋମୁଣ୍ଡା ପୋଲିସ । ଉଦ୍ଧାର ହୋଇଥିବା ୧୩ ଜଣ ଶ୍ରମିକଙ୍କ ମଧ୍ୟରେ ୮ ଜଣ ପୁରୁଷ ୫ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଅଟୋରେ ଏମାନେ କଣ୍ଟାବାଞ୍ଝୀ ଷ୍ଟେସନ ଯାଉଥିଲେ । କବର ପାଇ ଅଟୋକୁ ଅଟକାଇ ପଚରାଉଚରା ବେଳେ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡିଥିଲା । ଉଦ୍ଧର ୧୩ ଜଣ ଶ୍ରମିକଙ୍କ ମଧ୍ୟରେ ୮ ଜଣ ପୁରୁଷ ୫ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ଶ୍ରମିକ ମାନେ ନୁଆପଡା ଜିଲ୍ଲା ଖାସବାହାଲ ଗାଁର ବୋଲି ଜଣାପଡିଛି । ଦାଦନ ଶ୍ରମିକ ମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଉଦ୍ଧାର ଶ୍ରମିକ ମାନେ ମୁଣ୍ଡପିଛା ୩୦ ହଜାର ଟଙ୍କା ଅଗ୍ରୀମ ନେଇ କଂଟାବାଞ୍ଜିରୁ ଟ୍ରେନ ଯୋଗେ ହାଇଦ୍ରାବାଦ ର ଏକ ଇଟା ଭାଟିକୁ ଯାଉଥିବା କହିଛନ୍ତି ଶ୍ରମିକ ମାନେ ।

   Related Posts