Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଦାଦନ ଖଟିବାକୁ ଯାଇ ନିର୍ଯାତନର ଶିକାର, ତେଲେଙ୍ଗାନାରେ ବନ୍ଧାପଡ଼ିଛି ୧୩ ଜୀବନ

2/02/2021 at 12:44 PM

ଧର୍ମଗଡ଼ ୦୨।୦୨: ଦାଦନ ଖଟିବାକୁ ଯାଇ ବନ୍ଧା ପଡିଛି ଜୀବନ । ରାଜ୍ୟ ବାହାରେ ଫସିଛନ୍ତି ୧୩ ଦାଦନ ଶ୍ରମିକ ।  ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇଥିଲେ । କିନ୍ତୁ ସେଠି କାମ ବଦଳରେ ନିର୍ଯାତନା ଶିକାର ହେଲେ, ଆଉ ଏବେ କମ୍ପାନୀ ମାଲିକଙ୍କ ନିକଟରେ ବନ୍ଧା ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ମୁଖିଗୁଡା ଗାଁର ୧୩ଜଣ ଦାଦନ ଶ୍ରମିକ । ସେପଟେ ବନ୍ଧା ପଡିଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ପ୍ରଶାସନକୁ ଗୁହାରି ଜଣାଇଛନ୍ତି ।

ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା  ମୁଖିଗୁଡା ଗାଁର ମୁକେଶ ମାଝୀ ନାମକ ଜଣେ ଦଲାଲ ୧୩ ଜଣ ଶ୍ରମିକଙ୍କ ନାଁରେ ଅଗ୍ରୀମ ପାଞ୍ଚ ଲକ୍ଷ ଟଙ୍କା ନେଇ ଶ୍ରମିକ ମାନଙ୍କୁ ତେଲେଙ୍ଗାନାର କମାରେଡି ବ୍ଲକ୍ ଦୋମୋକୋଣ୍ଡାରେ ଛାଡି ଆସିଥିଲେ। ୨୦୨୦ ଡିସେମ୍ବର ମାସରୁ ସେମାନଙ୍କୁ ନିର୍ଯାତନା ଦିଆଯାଉଛି । କାମ କରିଥିବା ପ୍ରାପ୍ୟ ବଦଳରେ ସେମାନଙ୍କୁ ଅକଥନୀୟ ନିର୍ଯାତନ ଦିଆଯାଉଛି ବୋଲି ଅଭିଯୋଗ ଆସିଛି ।

ଏପରିକି କମ୍ପାନୀ ମାଲିକ ଦାଦନ ଶ୍ରମିକମାନଙ୍କ କଠିନ ପରିଶ୍ରମ କରାଉଛି । ରାତି ୩ ରୁ ଦିନ ୧୧ ଏବଂ ଅପରାହ୍ନ ୨ ରୁ ରାତି ୧୧ ଟା ଯାଏଁ କାମ କରାଯାଉଛି ।  ଦିନସାରା କାମ ପରେ ରାତିରେ ସମସ୍ତଙ୍କୁ ଘର ଭିତରେ ତାଲା ପକାଇଦେଉଛି ମାଲିକ । ଯଦି ଶ୍ରମିକମାନେ କାମ କରିବାକୁ ମନା କରୁଛନ୍ତି, ତେବେ ସେମାନଙ୍କୁ ମାଡ଼ପିଟ ମଧ୍ୟ କରାଯାଉଥିବା ନେଇ ଏକ ଭିଡିଓ ଜରିଆରେ ଜଣାଇଛନ୍ତି ବନ୍ଧକ ଶ୍ରମିକ ।

ସେଠାରୁ ଦାଦନ ଶ୍ରମିକମାନେ ମୁକୁଳିବା ପାଇଁ ପରିବାର ଲୋକଙ୍କୁ ଫୋନ୍‌ ଜରିଆରେ ସମସ୍ତ କଥା ଜଣାଇଥିଲେ ।  ଯାହାପରେ ପରିବାର ଲୋକ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।  ଅଭିଯୋଗ ପାଇବା ପରେ ଶ୍ରମ ବିଭାଗ ଘଟଣାର ତଦନ୍ତ ପାଇଁ ଗାଁକୁ ଆସିଥିଲେ ଏବଂ  ଓ ସମସ୍ତଙ୍କୁ ଫେରେଇ ଆଣିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ।  

   Related Posts