Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଦାଦନ ଖଟିବାକୁ ଯାଇ ନିଖୋଜ, ପାଞ୍ଚ ମାସ ହେଲା ମିଳୁନି ସୋମନାଥଙ୍କ ପତ୍ତା

13/11/2021 at 12:02 PM

ବାଲିଗୁଡ଼ା ୧୩।୧୧:  କନ୍ଧମାଳରେ ସରୁନି ଦାଦନଙ୍କ ଦୁଃଖ l କନ୍ଧମାଳ ଜ଼ିଲ୍ଲାରେ  କାମଧନ୍ଦା ଅଭାବରୁ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଛି ଦିନ ପରେ ଘରକୁ କାହାର ଶବ ଫେରୁଛି ତ ଆଉ କିଏ ଶାରରୀକ ନିର୍ଯ୍ୟାତନାର ଶିକାର ହେଉଛନ୍ତି  l ବିଭିନ୍ନ ସମୟରେ ବେଆଇନ ମାନବ ଚାଲାଣ ହେଉଛି ।  ଏପରିକି ନାବାଳିକା ଚାଲାଣ କରାଯାଇ ସେଠାରେ ଖରାପ କାମରେ ନିୟୋଜିତ କରାଯାଉଛି  । ବାଲିଗୁଡ଼ା ଥାନା ଗୁଳିମରା ସାହିରରୁ ଆସିଛି ଏପରି ଏକ ଘଟଣା ।

ଖବର ଅନୁଯାୟୀ, ଗୁଳିମରା ସାହିର ସୋମନାଥ ପୂଜାରୀ ଦାଦନ ଖଟିବାକୁ ଯାଇ ଦୀର୍ଘ ୫ ମାସ ହେବ ନିଖୋଜ ଅଛନ୍ତି । ଏନେଇ ତାଙ୍କର ଏବେ ଯାଏଁ କୌଣସି ସନ୍ଧାନ ମିଳୁନି । ଗତ ଜୁଲାଇ ମାସରେ ସେହି ସାହିର ସନ୍ତୋଷ ମଙ୍ଗରାଜ ନାମକ ଜଣେ ଦଲାଲ ପ୍ରଲୋଭନ ଦେଖାଇ ରୋଜଗାର ଆଶରେ ଆନ୍ଧ୍ର ପ୍ରଦେଶ ନେଇଯାଇଥିଲା । ହେଲେ ଏହାର ୨ ଦିନ ପରେ ତୁମ ସ୍ୱାମୀ ଗାଁକୁ ଫେରୁଥିବା ବେଳେ ଗୁଣ୍ଠୁର ରେଳ ଷ୍ଟେସନରେ ନିଖୋଜ ହୋଇଯାଇଛନ୍ତି ବୋଲି ଖବର ଆସିଥିଲା ।  

ପରିବାର ଲୋକେ ସୋମନାଥଙ୍କୁ ଖୋଜି ଆଣିଦିଅ ବୋଲି ସନ୍ତୋଷଙ୍କୁ କହିଥିଲେ । କିନ୍ତୁ ଦଲାଲ ସନ୍ତୋଷ ଓଲଟି ପରିବାର ଲୋକଙ୍କୁ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି ।  ସୋମନାଥଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ଖୋଲତାଡ଼ ଆରମ୍ଭ କରିଛି । ଖୁବଶୀଘ୍ର ସୋମନାଥଙ୍କୁ ଖୋଜି ବାହାର କରିବ ବୋଲି ପୋଲିସ କହିଛି ।

mmi

ଏପଟେ ଶମ୍ଭୁ ପୂଜାରୀ ପରିବାରର ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ଚଳିବାରେ ମୁସକୁଲ ହୋଇପଡିଛି । ଭୋକ ଉପବାସରେ ପରବାର ଲୋକେ ଶମ୍ବୁଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି l ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି l

   Related Posts