ଉଦ୍ଧାର ହେବେ ଦୁବାଇରେ ଫଶିଥିବା ଦାଦନ : ଶ୍ରମିକଙ୍କ ଉଦ୍ଧାର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା

Published By : Prameya-News7 Bureau | July 29, 2019 IST

ଗଞ୍ଜାମ  ୨୯/୭: ଦୁବାଇରେ ଫଶିଥିବା ୧୨ ଓଡିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା । ଭାରତୀୟ ଦୂତାବାସର ଅଧିକାରୀ ଶେଫାଳି ମହାନ୍ତିଙ୍କ ସହ ଆଲୋଚନା କଲେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ । ଦୁବାଇରେ ଥିବା ୧୨ ଦାଦନ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ଅନୁରୋଧ କଲେ । ଉଦ୍ଧାର ପାଇଁ ଆକୁଳ ନିବେଦନ କରିଥିଲେ ଦୁବାଇରେ ଫସିଥିବା ଏହି ଶ୍ରମିକମାନେ ।

ଗଞ୍ଜାମର ବିଭିନ୍ନ ଅଞ୍ଚଳରୁ ଦଲାଲ ଜରିଆରେ ଏମାନେ ଦୁବାଇର ଏକ କମ୍ପାନୀରେ କାମ କରୁଥିଲେ । ତେବେ ସେଠାରେ ଦରମା ନଦେଇ କମ୍ପାନୀ କର୍ତ୍ତୃପକ୍ଷ ଏହି ଶ୍ରମିକମାନଙ୍କୁ ନିର୍ଯାତନା ଦେଉଛି । କମ୍ପାନୀ ମାଲିକ ଭିସା ରଖି ରୁମ୍ରୁ ବାହାର କରିଦେଇଛି । ୧୨ ଶ୍ରମିକ ଏବେ ଦୁବାଇର ସାରଜାହା ଷ୍ଟାଡିୟମ ନିକଟ ଏକ ଜଙ୍ଗଲରେ ଅଛନ୍ତି । ଏହି ଖବର ନ୍ୟୁଜ 7ରେ ପ୍ରସାରିତ ହେବା ପରେ ଉଦ୍ଧାର ନେଇ ତତ୍ପରତା ପ୍ରକାଶ ପାଇଛି । ୫ ରୁ ୬ ଦିନ ମଧ୍ୟରେ ସେମାନଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.