ଦାଦନ ଖଟିବାକୁ ଯାଇଥିଲେ, ଘରକୁ ଫେରିଲା ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Published By : Prameya-News7 Bureau | July 24, 2021 IST

କାମାକ୍ଷାନଗର, ୨୪|୦୭ :    ଦାଦନ ପୁଣି ଦେଇଛି ଦୁଃଖ। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅଢାପଲ୍ଲି ଗ୍ରାମର ୧୦ ଜଣ  ଦାଦନ ଖଟିବାକୁ ଫେବ୍ରୁଆରୀ ମାସରେ ତେଲେଙ୍ଗାନା ଯାଇଥିଲେ।  ସେଠାରେ ଏକ କ୍ରସରରେ ସମସ୍ତେ ଶ୍ରମିକ ଭାବେ କାମକରୁଥିଲେ। ସେଠାରେ ରହି  କାର୍ଯ୍ୟ କରୁଥିବା ବେଳେ ଗତ ୨୧ ତାରିଖରେ  ରୁଷି ମହାନ୍ତ ପୂଅ ବରୁଣ ମହାନ୍ତର ମୃତଦେହ କ୍ରସର ପରିସରରେ ଥିବା ପାଣି ଭିତରୁ ମିଳିଥିଲା। ଏବେ ପୁଅର ମୃତ୍ୟୁଖବର ଶୁଣି ପରିବାରରେ ଦୁଃଖର କଳାବାଦଲ ଛାଇଯାଇଛି ।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ବରୁଣ ଓ ତାଙ୍କ ସାଙ୍ଗ ମାନଙ୍କ ମଧ୍ୟରେ କୈାଣସୀ କାରଣକୁ ନେଇ ବଚସା ହୋଇଥିଲା । ଏହାପରେ ସେ ରୁମ୍ ରୁ ବାହାରି ପଳେଇ ଆସିଥିଲେ। ଏହା ପରେ ବରୁଣ ନିଜେ ଅନ୍ୟ ଜଣେ ସହଯୋଗୀଙ୍କୁ ଫୋନ ମାଧ୍ୟମରେ ବଚସା ବିଷୟର ଜଣାଇଥିଲେ। ଏହା ପରେ ଦୀର୍ଘ ସମୟ ଧରି ବରୁଣ ରହୁଥିବା ରୁମକୁ ନଫେରିବାରୁ ସମସ୍ତେ ବରୁଣଙ୍କୁ ବହୁ ଖୋଜାଖୋଜି କରିଥିଲେ । ତେବେ କ୍ରସର ଭିତରେ ଥିବା ଗାଡିଆର ପାଣି ଭିତରୁ ବରୁଣଙ୍କୁ ଉଦ୍ଧାର କରି ତେଲେଙ୍ଗାନାର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘଷଣା କରି ପୋଷ୍ଟମର୍ଟମ ପାଇିଁ ପଠାଇ ଦେଇଥିଲେ।

କ୍ରସର ମାଲିକ ମେଡିକାଲରେ ପହଞ୍ଚି ପୋଷ୍ଟମର୍ଟମ ପରେ ଏକ ଆମ୍ବୁଲାନ୍ସ ଯୋଗେ ବରୁଣଙ୍କ ମୃତଦେହ  ସାଥିପିଲାଙ୍କ ସହ ଗାଁକୁ ପଠାଇଦେଇଥିଲେ। ଶୁକ୍ରବାର ଅପରାହ୍ନରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ପରିବାର ତରଫରୁ ଏକାଠି ରହୁଥିବା ସାଙ୍ଗମାନେ ହତ୍ୟା କରା ଗାଡିଆରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.