ଦାଦନ ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ: ରୋଜଗାରିଆ ପୁଅକୁ ହରାଇଲେ ପରିବାର, କରି ପାରିଲେନି ଶେଷ କୃତ୍ୟ

Published By : Prameya-News7 Bureau | January 19, 2021 IST

ସାନଖେମୁଣ୍ଡି  ୧୯।୦୧: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତିଲେଶ୍ୱର ଗ୍ରାମରେ ଏକ ଦାଦନ ଶ୍ରମିକଙ୍କ ଆକସ୍ମିକ ମୃତୁ ହୋଇଛି। ମୃତ ଜଣଙ୍କ ହେଲେ ସେହି ଗାଁର ପ୍ରକାଶ ମଳିକଙ୍କ ୨୬ ବର୍ଷୀୟ ବଡ଼ ପୁଅ କୃଷ୍ଣ ଚନ୍ଦ୍ର ମଳିକ।

କୃଷ୍ଣ ବହୁ ବର୍ଷ ଧରି ଦାଦନ ଶ୍ରମିକ ଭାବେ ବିଭିନ୍ନ ରାଜ୍ୟ ଶ୍ରମିକ ଭାବେ କାର୍ଯ୍ୟ କରି ଆସିଥିଲେ। ଗତ ମାସ ସେ ଚେନ୍ନାଇ ଦାଦନ ଖଟିବାକୁ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ପରିବାର ପାଇଁ ଦୁଃଖର କଳା ବାଦଲ ଢାଙ୍କି ଦେଇଛି। ଗାଁ ସାରା ଦୁଃଖରେ ଭାଙ୍ଗି ପଡିଛନ୍ତି।

ପରିବାର କହିଲେ ସ୍ତ୍ରୀ, ମା, ବାପା ଓ ସାନ ଭାଇ। କୃଷ୍ଣ ଦୁଇ ବର୍ଷ ତଳେ  ବିବାହ କରିଥିଲେ। ତାଙ୍କର ଏକ ବର୍ଷର କୁନି ଝିଅ ଥିବା ବେଳେ ବାପାଙ୍କ ସ୍ନେହ ପାଇବାରୁ ବଞ୍ଚିତ ହେଲା କୁନି ଶିଶୁ। ତା ସହିତ ସ୍ୱାମୀଙ୍କୁ ହରାଇ ହତଭାଗୀ ହୋଇ ଦୁଃଖରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ। ଅର୍ଥ ଅଭାବ ଯୋଗୁଁ କୃଷ୍ଣଙ୍କ ଶେଷ ଦର୍ଶନ ଏବଂ ଶେଷ କୃତ୍ୟ ମଧ୍ୟ କରି ପାରିଲେ ନାହିଁ ପରିବାର ଲୋକେ। ଚେନ୍ନାଇରେ ହିଁ ଶେଷ କୃତ୍ୟ ସଂପନ୍ନ କଲେ ସାଙ୍ଗ ସାଥୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.