ଜିଲ୍ଲାପାଳଙ୍କ ଦାଦାଗିରି : ରାସ୍ତାରେ ଯୁବକଙ୍କୁ ଚାପୁଡା ମାରିଲେ, ଫୋନ୍ ବି ଫିଙ୍ଗିଦେଲେ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | May 23, 2021 IST

ରାୟପୁର,୨୩/୦୫:  ଛତିଶଗଡ ସୁରଜପୁର ଜିଲ୍ଲାରେ ଲକଡାଉନ୍ ଲାଗିଛି । ଏହି ସମୟରେ କୋଭିଡ କଟକଣାକୁ କଡାକଡି କରାଯାଇଛି । ଏହି ସମୟରେ ଜଣେ ଜିଲ୍ଲାପାଳଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଏଥିରେ ଜିଲ୍ଲାପାଳ ଜଣେ ଯୁବକଙ୍କୁ ମାଡ ମାରିବା ସହ ଫୋନ୍ ବି ଭାଙ୍ଗି ଦେଇଛନ୍ତି । ଏପରିକି ପୋଲିସକୁ କହି ମଧ୍ୟ ଯୁବକଙ୍କୁ ନିସ୍ତୁକ ପିଟିଛନ୍ତି । ତେବେ ପରେ ଜିଲ୍ଲାପାଳ କ୍ଷମା ମାଗିଛନ୍ତି ।

ସୂଚନା ଅନୁସାରେ, ସୁରଜପୁର ଜିଲ୍ଲାର ପୁରୁଣା ବଜାରରେ ସାହିଲ ଗୁପ୍ତା ନାମକ ଜଣେ ବ୍ୟକ୍ତି ଔଷଧ ପାଇଁ ବଜାରକୁ ଯାଉଥିଲେ । ଏହି ସମୟରେ ଭୈୟାଥାନ ଛକରେ ଥିବା ଜିଲ୍ଲାପାଳ ରଣବୀର ଶର୍ମା ତାଙ୍କୁ ଅଟକାଇଥିଲେ । ଯୁବକ ଔଷଧ ଆଣିବାକୁ ଯାଉଥିବା କହିଥିଲେ ମଧ୍ୟ ଜିଲ୍ଲାପାଳ ତାଙ୍କୁ ଚାପୁଡା ମାରିଥିଲେ । ଏପିରିକି ପୋଲିସ କର୍ମୀଙ୍କୁ କହି ଲାଠିରେ ମାଡ ମାରିଥିଲେ । ଏହାକୁ ଯୁବକଙ୍କ ପିତା ତୀବ୍ର ବିରୋଧ କରିଛନ୍ତି । ସେ କୋଭିଡ୍ ଟିକା ଲଗାଇଥିଲେ । ତେଣୁ ବାହାରକୁ ଯାଉ ନାହାଁନ୍ତି । ଜ୍ୱର ହେଉଥିବାରୁ ପୁଅକୁ ଔଷଧ ପାଇଁ ପଠାଇଥିଲେ । କିନ୍ତୁ ଜିଲ୍ଲାପାଳ ଏପରି ବ୍ୟବହାର କରିଥିବାରୁ ସେ ନିନ୍ଦା ମଧ୍ୟ କରିଛନ୍ତି ।

wp:html /wp:html

ଘଟଣାପରେ ଜିଲ୍ଲାବାସୀ ଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟକୁ ବିରୋଧ କରିଛନ୍ତି । ରାଜ୍ୟରେ ମେ ୩୧ ଯାଏଁ ଲକଡାଉନ ଲାଗିଛି । କେବଳ ଅତ୍ୟାବଶ୍ୟକ ସେବା ଚାଲୁଛି । କିନ୍ତୁ ଔଷଧ ଆଣିବାକୁ ଯାଉଥିବା ଜଣେ ଯୁବକଙ୍କୁ ଜିଲ୍ଲାପାଳ ମାଡ ମାରିବାକୁ ସମସ୍ତେ ନିନ୍ଦା କରିଛନ୍ତି । ତେବେ ଭିଡିଓ ଭାଇରାଲ ହେବାପରେ ଜିଲ୍ଲାପାଳ ଘଟଣା ପାଇଁ କ୍ଷମା ମାଗିଛନ୍ତି । ସେ ସୋସିଆଲ ମିଡିଆରେ କହିଛନ୍ତି ଯେ, ଯୁବକଜଣଙ୍କ ବିନା କାରଣରେ ବାହାରେ ବୁଲୁଥିଲେ । ତେବେ ସେ ନିଜର ବ୍ୟବହାର ପାଇଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଥିବା କହିଛନ୍ତି । ଏହାସହ ଜିଲ୍ଲାବାସୀଙ୍କୁ କରୋନା ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.