ଗୁଣ୍ଡା ପଠାଇ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ଧମକାଉଛନ୍ତି ବିଲଡର
19/12/2019 at 11:00 PM

ଭୁବନେଶ୍ୱର ୧୯।୧୨ – ଗୁଣ୍ଡା ପଠାଇ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ଧମକାଉଛନ୍ତି ବିଲଡର । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଜେଡ ୱାନ ଆପାର୍ଟମେଣ୍ଟରେ ଘର କିଣିଥିବା ଲୋକଙ୍କୁ ଗୁଣ୍ଡା ଲଗାଇ ଭୟଭୀତ କରାଯାଉଥିବା ଅଭିଯୋଗ ହୋଇଛି । ଏମିତିକି ବିଲଡରଙ୍କ ଗୁଣ୍ଡାମାନେ ଆପାର୍ଟମେଣ୍ଟରୁ ଜୋର ଜବରଦସ୍ତ ବିଦ୍ୟୁତ୍ ସଂଯୋଗ କାଟିଦେଇଥିଲେ ।

ଏନେଇ ଆପାର୍ଟମେଣ୍ଟର ବାସିନ୍ଦାମାନେ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ କରିବା ପରେ ଆପାର୍ଟମେଣ୍ଟକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି । ଏହା ପରେ ସେଠାରେ ଥିବା କ୍ଲବ, ମେସ, ଜିମରେ ମଧ୍ୟ ଦାଦାଗିରି ଦେଖାଇଛନ୍ତି ବିଲଡରଙ୍କ ପାଳିତ ଗୁଣ୍ଡା । ତୁରନ୍ତ ସଂପୃକ୍ତ ବିଲଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ ।