Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଦାଦାସାହେବ ଫାଲକେ ପୁରସ୍କାର… ଦେବୀକା ରାଣୀଙ୍କ ଠାରୁ ରଜନୀକାନ୍ତ…

2/04/2021 at 3:45 PM

ନୂଆଦିଲ୍ଲୀ ୦୨/୦୪: ଦାଦାସାହେବ ଫାଲକେ । ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜନକ । ୧୮୭୦ ମସିହା ଏପ୍ରିଲ୍ ୩୦ରେ ଜନ୍ମ ଗ୍ରହଣ କରିଥିଲେ ଏହି କିମ୍ବଦନ୍ତୀ ପୁରୁଷ । ୧୯୧୩ ମସିହାରେ ଦାଦାସାହେବ ଫାଲକେଙ୍କ ନିର୍ମିତ ‘ରାଜା ହରିଶ୍ଚନ୍ଦ୍ର’ ହେଉଛି ପ୍ରଥମ ଭାରତୀୟ ଫିଚର୍ ଫିଲ୍ମ । ତାଙ୍କର ୧୯ ବର୍ଷ ଫିଲ୍ମ କ୍ୟାରିୟରରେ  ସେ ୯୫ଟି ଫିଲ୍ମ ଏବଂ ୨୭ଟି ସର୍ଟ ଫିଲ୍ମ ତିଆରି କରିଥିଲେ । ‘ଦ ଲାଇଫ୍ ଅଫ୍ କ୍ରିଷ୍ଟ’ ତାଙ୍କ କ୍ୟାରିୟରର ମୋଡ ବଦଳାଇ ଦେଇଥିଲା । ଏହି ଫିଲ୍ମଟିକୁ ତିଆରି କରିବା ପାଇଁ ସେ ନିଜ ସ୍ତ୍ରୀଙ୍କ ଗହଣା ପର୍ଯ୍ୟନ୍ତ ବନ୍ଧା ପକେଇ ଦେଇଥିଲେ । ତାଙ୍କର ଶେଷ ଫିଲ୍ମ ‘ସେତୁବନ୍ଧ’ ଥିଲା । ୧୯୪୪ ମସିହା ଫେବୃଆରୀ ୧୬ରେ ସେ ଦୁନିଆକୁ ବିଦାୟ ଦେଇଥିଲେ । ତାଙ୍କରି ସ୍ମୃତିରେ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ।

Dada Sahab Phalke birthday special and lesser known interesting facts and  his Journey

ଦାଦାସାହେବ ଫାଲକେ ପୁରସ୍କାର କ’ଣ ?

ଦାଦାସାହେବ ଫାଲକେ ପୁରସ୍କାର ହେଉଛି ଭାରତୀୟ ସିନେମାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଆଜୀବନ ଅବଦାନ ପାଇଁ ଭାରତ ସରକାର ପ୍ରଦାନ କରୁଥିବା ବାର୍ଷିକ ପୁରସ୍କାର ।  ୧୯୬୯ ମସିହାରେ ଦାଦା ସାହେବ ଫାଲକେଙ୍କ ଜନ୍ମ ଶତବାର୍ଷିକୀରୁ ଏହି ପୁରସ୍କାର ତାଙ୍କ ନାମରେ ଆରମ୍ଭ ହୋଇଥିଲା । ସେହି ବର୍ଷ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଆୟୋଜିତ ୧୭ ତମ ସମାରୋହରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ଦେବୀକା ରାଣୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ବର୍ଷ ଆରମ୍ଭରେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପାଇଁ ଆୟୋଜିତ ସମାରହୋରେ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଏହି ପୁରସ୍କାରରେ ୧୦ ଲକ୍ଷ ଟଙ୍କା ,ସ୍ୱର୍ଣ୍ଣ କମଳ ଏବଂ ଏକ ଉତ୍ତରୀୟ ପ୍ରଦାନ କରାଯାଏ ।

Father of Indian Cinema | Dadasaheb Phalke | The OpenBook - YouTube

୧୯୬୯ ରୁ ୨୦୧୯, ଦେବୀକା ରାଣୀଙ୍କ ଠାରୁ ରଜନୀକାନ୍ତ ମୋଟ ୫୧ ଜଣଙ୍କୁ ମିଳିଛି ଦାଦା ସାହେବ ଫଲକେ ପୁରସ୍କାର । ରାଜ କପୁରଙ୍କ ଠାରୁ ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ଅଶୋକ କୁମାର, ଦିଲୀପ କୁମାର, ଭୁପେନ ହଜାରିକାଙ୍କ ଠାରୁ ଲତା ମଙ୍ଗେଶକର ଏହି ତାଲିକାରେ ପହୁ ପ୍ରସିଦ୍ଧ ଓ ଅନନ୍ୟ କଳାକାର ।

Dadasaheb Phalke Award Winner List Amitabh Bachchan Indias Highest Cinema  Award 2019 - Dadasaheb Phalke Award Full Winners List In Hindi: अमिताभ  बच्चन से पहले इन दिग्गजों के नाम रहा दादा साहब

ଦେବୀକା ରାଣୀ (୧୯୬୯), ବିରେନ୍ଦ୍ର ନାଥ ସିରକର(୧୯୭୦), ପୃଥ୍ୱୀରାଜ କପୁର(୧୯୭୧),ପଙ୍କଜ ମଲିକ(୧୯୭୨),ରୁବି ମର୍ଜେସ୍(୧୯୭୩), ବୋମୀରେଡ୍ଡୀ ନରସୀହ୍ମା ରେଡ୍ଡୀ(୧୯୭୪), ଧିରେନ୍ଦ୍ରନାଥ ଗାଙ୍ଗୁଲି(୧୯୭୫), କାନନ ଦେବୀ(୧୯୭୬), ନିତିନ୍ ବୋଶ(୧୯୭୭),ରାୟଚନ୍ଦ୍ର ବରାଳ(୧୯୭୮), ସୋହରାବ ମୋଦୀ(୧୯୭୯), ପୈଡି ଜୟରାଜ(୧୯୮୦), ନୌଶାଦ(୧୯୮୧), ଏଲବି ପ୍ରସାଦ(୧୯୮୨), ଦୁର୍ଗା ଖୋଟ୍(୧୯୮୩),ସତ୍ୟଜିତ୍ ରେ(୧୯୮୪),ଭି ସାନ୍ତାରାମ(୧୯୮୫), ଭି ନାଗା ରେଡ୍ଡୀ(୧୯୮୬), ରାଜ କପୁର(୧୯୮୭), ଅଶୋକ କୁମାର(୧୯୮୮), ଲତା ମଙ୍ଗେଶକର(୧୯୮୯), ଅକ୍କୀନ୍ନୀ ନାଗେଶ୍ୱର ରାଓ(୧୯୯୦), ବାଲାଜୀ ପେଂଢାରକର(୧୯୯୧), ଭୁପେନ ହଜାରିକା(୧୯୯୨),ମଜରୁର ସୁଲତାନପୁରୀ(୧୯୯୩), ଦିଲୀପ କୁମାର(୧୯୯୪), ରାଜ କୁମାର(୧୯୯୫), ଶିବାଜୀ ଗଣେସନ୍(୧୯୯୬), କବି ପ୍ରଦୀପ(୧୯୯୭), ବି.ଆର. ଚୋପଡା(୧୯୯୮), ଋଷିକେଶ ମୁଖାର୍ଜୀ(୧୯୯୯), ଆଶା ଭୋଶଲେ(୨୦୦୦), ୟସ ଚୋପଡା(୨୦୦୧), ଦେବ ଆନନ୍ଦ(୨୦୦୨), ମୃଣାଲ ସେନ(୨୦୦୩), ଅଡୁର ଗୋପାଲକୃଷ୍ଣନ(୨୦୦୪), ଶ୍ୟାମ ବେନଗେଲ(୨୦୦୫), ତପନ ସିହ୍ନା(୨୦୦୬), ମନ୍ନା ଡେ(୨୦୦୭), ଭି.କେ.ମୂର୍ତ୍ତୀ(୨୦୦୮), ଡି ରାମାନାୟଡୁ(୨୦୦୯), କେ.ବାଲଚନ୍ଦର(୨୦୧୦), ସୌମିତ୍ର ଚାଟାର୍ଜୀ(୨୦୧୧),ପ୍ରାଣ(୨୦୧୨), ଗୁଲଜାର(୨୦୧୩), ଶଶି କପୁର(୨୦୧୪), ମନୋଜ କୁମାର(୨୦୧୫), କସିନାଥୁନୀ ବିଶ୍ୱନାଥ(୨୦୧୬), ବିନୋଦ ଖନ୍ନା(୨୦୧୭), ଅମିତାଭ ବଚ୍ଚନ(୨୦୧୮), ରଜନୀକାନ୍ତ(୨୦୧୯) ।

K Viswanath honoured with Dada Saheb Phalke award - The Economic Times

ନିକଟରେ ତାମିଲ ଅଭିନେତା ରଜନୀକାନ୍ତଙ୍କୁ ଦାଦା ଶାହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯାଇଛି । ତାଙ୍କ ପୂର୍ବରୁ ୨୦୧୭ରେ ଦିଗଜ ଅଭିନେତା ଅମିତାଭ ବଚ୍ଚନଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହା ପୂର୍ବରୁ ଲତା ମଙ୍ଗେଶକର, ବିନୋଦ ଖନ୍ନା, ଆଶା ଭୋସଲେ ସମେତ ଅନେକ ତାରକା ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି । ସୂଚନା ଯୋଗ୍ୟ ଯେ, ଦାଦା ସାହେବ ଫାଲକେ ଏକାଡେମୀ ଦ୍ୱାରା ତାଙ୍କ ନାମରେ ମଧ୍ୟ ପ୍ରତିବର୍ଷ ତିନୋଟି ପୁରସ୍କାର ଦିଆଯାଇଥାଏ । ସେଗୁଡିକ ହେଲା, ଫାଲକେ ରତ୍ନ ପୁରସ୍କାର, ଫାଲକେ କଳ୍ପତରୁ ପୁରସ୍କାର, ଦାଦା ସାହେବ ଫାଲକେ ପୁରସ୍କାର ।

   Related Posts