ଭୋଜିଭାତରୁ ପାଟିତୁଣ୍ଡ: ପୁରୁଣା ରାଗ ରଖି ବ୍ଲେଡ୍‌ରେ ଦାଦା ତଣ୍ଟି କାଟିଲା ପୁତୁରା

Published By : Prameya-News7 Bureau | February 25, 2021 IST

ବ୍ରହ୍ମପୁର ୨୫/୨:  ବ୍ଲେଡ୍‌ରେ ଦାଦାର ତଣ୍ଟିକାଟି ହତ୍ୟା କଲା ପୁତୁରା। ସାମାନ୍ୟ ପାଟିତୁଣ୍ଡରୁ ଘଟିଛି ହତ୍ୟାକାଣ୍ଡ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦାଦା ନରେନ୍ଦ୍ର ଗୌଡ଼ ତଣ୍ଟିକୁ ବ୍ଲେଡ୍‌ରେ କାଟି ପୁତୁରା ଶିବରାମ ଗୌଡ଼ ହତ୍ୟା କରିଥିବା ଅଭିଯୋଗ ହୋଇଛି।

 ହତ୍ୟାକାରୀ ପୁତୁରା ଶିବରାମ ଥାନାରେ ଅଟକ ରହିଛି। ଗତକାଲି ଲାଞ୍ଜିଆ ଗ୍ରାମରେ ଜଣେ ସମ୍ପର୍କୀୟଙ୍କ ଭୋଜିରେ ଦାଦା ପୁତୁରା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦାଦା ନରେନ୍ଦ୍ର ପୁତୁରା ଶିବିରାମ ଉପରକୁ ଅଇଁଠା ପ୍ଲେଟ ଫିଙ୍ଗିଥିଲା। ଏହି ଘଟଣା ଗତକାଲି ରାତି ସାଢ଼େ ୭ଟାରେ ଘଟିଥିଲା।

ଭୋଜି ଖାଇବା ପରେ ନରେନ୍ଦ୍ରଙ୍କ ଘର ନିକଟରେ ଯାଇଥିବା କେନାଲ ପାଖକୁ ଯାଇଥିବା ବେଳେ ପୂର୍ବରୁ ଲୁଚି ରହିଥିବା ଶିବରାମ ଏକ ବ୍ଲେଡ଼ରେ ତଣ୍ଟି କାଟି ଦେଇ କେନାଲରେ ଫିଙ୍ଗି ଦେଇଥିଲା। ପରିବାର ଲୋକେ ସକାଳୁ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଖବର ଦେଇଥିଲେ। ପୋଲିସ ଶିବରାମକୁ ନେଇ ପଚାରିବା ପରେ ସବୁ ଉଗାଳିଥିଲା ଶିବରାମ। ସନ୍ଧ୍ୟାରେ ପୋଲିସ କେନାଳରୁ ନରେନ୍ଦ୍ରର ଗଳିତ ଶବ ଜବତ କରିଛି।ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.