ଏମବିବିଏସ୍ ପାସ୍ ପରେ ବାପା ହେଲେ ପ୍ରଥମ ରୋଗୀ, ପୁଅ ଚିକିତ୍ସାରେ କରୋନାରୁ ସୁସ୍ଥ ହେଲେ ପୂର୍ବତନ ବିଧାୟକ

Published By : Prameya-News7 Bureau | May 04, 2021 IST

ନୀଳଗିରି ୦୪/୦୫: ବାପାଙ୍କ ସ୍ୱପ୍ନ ଥିଲା ଏମବିବିଏସ ପାସ୍ କରିବା ପରେ ରୋଗୀଙ୍କ ସେବା କାର୍ଯ୍ୟ ଶୀଘ୍ର ଜାରି ରଖିବି। କରୋନାର କରାଳ ରୂପ ଦେଶକୁ ଗ୍ରାସ କରିଥିବା ବେଳେ ରୋଗୀଙ୍କ ଭାଗ୍ୟ ଏବେ ଡାକ୍ତରଙ୍କ ହାତରେ। ସଠିକ ସମୟରେ ଚିକିତ୍ସା କଲେ କରୋନା ରୋଗୀ ବଞ୍ଚି ପାରିବ, ନଚେତ୍ ପ୍ରାଣବାୟୁ ଉଡିଯିବାର ସମ୍ଭାବନା ରହିଛି। ହେଲେ କିଏ ଜାଣିଥିଲା ପାସ ଆଉଟ୍ ପରେ ନିଜର ବାପା ହେବେ ତାଙ୍କର ପ୍ରଥମ ରୋଗୀ । ବାପାଙ୍କର ଏଭଳି ଅବସ୍ଥା ଦେଖି ପ୍ରଥମେ ଟିକେ ନର୍ଭସ ହୋଇଥିଲେ ସତ ହେଲେ କରୋନା ସଂକ୍ରମିତ ବାପାଙ୍କ ଚିକିତ୍ସା କରିବା ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା। ଏଭଳି ସୂଚନା ଦେଇଛନ୍ତି ନୀଳଗିରି ମାଟିର ପୂର୍ଵତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀଙ୍କ ପୁତ୍ର ଡ଼ଃ ବ୍ରହ୍ମପ୍ରସାଦ ଷଡ଼ଙ୍ଗୀ।

ଗତ ଏପ୍ରିଲ ମାସ ୧୯ ତାରିଖରେ ହଠାତ ଅସୁସ୍ଥ ହୋଇ ପୂର୍ବତନ ବିଧାୟକ ଷଡ଼ଙ୍ଗୀ କରୋନା ଚିହ୍ନଟ ପରେ ଭୁବନେଶ୍ୱର ହାଇଟେକ ହସ୍ପିଟାଲ କୋଭିଡ ବିଭାଗରେରେ ଭର୍ତ୍ତି ହୋଇଥିଲେ। ୨୯ ବର୍ଷ ମଧୁମେହ ରୋଗ ପାଇଁ ତାଙ୍କୁ ଫୁସଫୁସକୁ ଅତି ଶୀଘ୍ର କରୋନା ସଂକ୍ରମଣ କରିଥିଲା। ପ୍ରଫେସର ମହେଶ୍ୱର ରଥଙ୍କ ତତ୍ତ୍ଵାବଧାନରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ସେହି ହସ୍ପିଟାଲରେ ନିଜର ପୁଅ ଏମବିବିଏସରେ ଗତ ଏପ୍ରିଲ ୨୬ରେ ପାସ କରିଥିଲେ ଏବଂ ପର ଦିନ କୋଭିଡ ଡ୍ୟୁଟିରେ ଥିଲେ।

ସେହି ୱାର୍ଡରେ ନିଜର ବାପା ପଡିଥିବା ବେଳେ ପ୍ରଥମ ରୋଗୀ ଭାବେ ତାଙ୍କର ସେବା ଆରମ୍ଭ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ ବ୍ରହ୍ମପ୍ରସାଦ ଷଡ଼ଙ୍ଗୀ। ଏଥି ସହ ବାପାଙ୍କ ଆଶିଷ କାମନା କରିଥିଲେ। ତାଙ୍କ ଚିକିତ୍ସାରେ ଆଜି ତାଙ୍କର ବାପା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ତାଙ୍କର ଖୁସି କହିଲେ ନସରେ। ସୁସ୍ଥ ହେବା ପରେ ପୂର୍ବତନ ବିଧାୟକ ଷଡ଼ଙ୍ଗୀ ନୀଳଗିରି ବାସୀ, ଓକିଲ ବନ୍ଧୁ, କାର୍ଯ୍ୟରତ ସାମ୍ବାଦିକ ଭଲପାଇବା ପାଇଁ ଏହା ସମ୍ଭବ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.