ଓଡ଼ିଶା ଡ଼ାକ୍ତରୀ ଓ ସ୍ଵାସ୍ଥ୍ୟସେବାର ଡ଼ାକ୍ତରମାନଙ୍କ ପାଇଁ ଡ଼ିଏସିପି ଯୋଜନାକୁ ମିଳିଲା ଅନୁମୋଦନ
26/02/2019 at 8:56 PM

ଭୁବନେଶ୍ଵର ୨୬/୨- ବର୍ତ୍ତମାନ ପ୍ରଚଳିତଥିବା ଡ଼ାକ୍ତରୀ ଓ ସ୍ଵାସ୍ଥ୍ୟସେବା (ଚୟନ ପ୍ରବିଧି ଓ ସେବାସର୍ତ୍ତ ) ନିୟମାବଳୀ , ୨୦୧୭ର ନିୟମ ଅନୁସାରେ ଜଣେ କନିଷ୍ଠ- କ ବର୍ଗ ପାହ୍ୟାର ଡ଼ାକ୍ତରଙ୍କୁ ବରିଷ୍ଠ-କ ବର୍ଗ ପାହ୍ୟାକୁ ପଦୋନ୍ନୋତି ଲାଗି ଅନ୍ତତଃ ୬ବର୍ଷ ନିରବିଚ୍ଛିନ୍ନଭାବେ କାର୍ଯ୍ୟ ସଂପାଦନା କରିଥିବା ଆବଶ୍ୟକ । ସେହିପରି ପ୍ରଶାସନିକ ପଦୋକ୍ରମ(ଯୁଗ୍ମ ନିର୍ଦ୍ଦେଶକ) ପାହ୍ୟାକୁ ପଦୋନ୍ନୋତି ପାଇଁ ଜଣେ ବରିଷ୍ଠ କ-ବର୍ଗ ଡ଼ାକ୍ତରଙ୍କୁ ସମଗ୍ର କାର୍ଯ୍ୟକାଳ ମଧ୍ୟରେ ଅନ୍ତତଃ ୧୦ ବର୍ଷ ନିରବିଚ୍ଛିନ୍ନ କାର୍ଯ୍ୟ ସଂପାଦନ କରିଥିବା ଆବଶ୍ୟକ । ଏହି ପଦୋନ୍ନୋତି ଗୁଡ଼ିକ ଉପରିସ୍ଥ ପାହ୍ୟାରେ ଉପଲବ୍ଧ ଥିବା ଖାଲି ସ୍ଥାନ ଆଧାରରେ କରାଯାଏ ।
ତେବେ ଡ଼ାକ୍ତରମାନଙ୍କ ଉତ୍ସର୍ଗୀକୃତସେବାକୁ ସ୍ଵୀକୃତି ଦେବାପାଇଁ ଏବଂ ସେବାକ୍ଷେତ୍ରରେ ସେମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ଡ଼ାକ୍ତରୀ ଓ ସ୍ଵାସ୍ଥ୍ୟସେବା ସମ୍ବର୍ଗରେ ଯୋଗଦେବା ଦିନଠାରୁ ୭ବର୍ଷ, ୧୪ବର୍ଷ ଓ ୨୧ବର୍ଷର ଅବିରତ କାର୍ଯ୍ୟ ସଂପାଦନା କରିବା ପରେ ଯଥାକ୍ରମେ ୩ଟି ସ୍ତରରେ ନିଶ୍ଚିତ ପଦୋନ୍ନୋତି ଦେଵା ପାଇଁ ରାଜ୍ୟ ମନ୍ତ୍ରୀ ପରିଷଦ( କ୍ୟାବିନେଟ) ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ନୂତନଭାବେ ପ୍ରସ୍ତୁତ କରାଯାଇଥିବା ’୩୨ଲ ନିଶ୍ଚିତ ବୃତ୍ତି କ୍ରମୋନ୍ନତି ’(ଡ଼ିଏସିପି) ଯୋଜନାର ପ୍ରଣୟନ ନିମନ୍ତେ ଅନୁମୋଦନ କରିଛନ୍ତି । ଏହି ପଦୋନ୍ନତି ଗୁଡ଼ିକ ଉପରିସ୍ଥ ପାହ୍ୟାରେ ଥିବା ଖାଲିସ୍ଥାନମାନଙ୍କର ବିନା ସଂଯୁକ୍ତିରେ କରାଯିବ । ଡ଼ିଏସିପି ଯୋଜନା ମାଧ୍ୟମରେ ଏହି ପଦୋନ୍ନୋତିଗୁଡ଼ିକ ଓଡ଼ିଶା ଡ଼ାକ୍ତରୀ ଓ ସ୍ଵାସ୍ଥ୍ୟସେବା (ଚୟନପ୍ରବିଧି ଓ ସେବା ସତ୍ତ୍ଵ) ନିୟମାବଳୀରେ ପଦୋନ୍ନତିଦେବା ନିମନ୍ତେ ଥିବା ଅନ୍ୟାନ ସର୍ତ୍ତାବଳୀ ଅନୁସାରେ କରାଯିବ ।