ଅଳଙ୍କାର ଦୋକାନରୁ ଡକାୟତି ଘଟଣାର ପର୍ଦ୍ଦାଫାଶ : ଡକାୟତ ଗିରଫ, ସୁନାରୂପା ଗହଣା ଜବତ

Published By : Prameya-News7 Bureau | November 22, 2019 IST

ଝାରସୁଗୁଡା ୨୨।୧୧: ଝାରସୁଗୁଡା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧି ଛକରେ ଥିବା ଅଳଙ୍କାର ଦୋକାନରେ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ମାମଲାରେ ବ୍ରଜରାଜନଗର ସମେତ ଜିଲ୍ଲା ପୋଲିସ ୨ ଜଣ ଡକାୟତଙ୍କ ସହ ସୁନାଗହଣା କିଣିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ପ୍ରାୟ ୨ କେଜି ଓଜନର ରୂପା ସହ ବହୁ ପରିମାଣର ସୁନାଗହଣା ଓ ଅଳଙ୍କାର ଜବତ କରିଛି ପୋଲିସ ।

{"id":188273,"sizeSlug":"large"}

ଏଥିସହ ଡକାୟତି ସମୟରେ ବ୍ୟବହାର କରାଯାଇଥିବା ଗୋଟିଏ ଦେଶୀ ବନ୍ଧୁକ, ୪ଟି ଜୀବନ୍ତ ଗୁଳି, ଗୋଟିଏ  ବାଇକ, ୨ଟି ମୋବାଇଲ ଜବତ କରିଛି ପୋଲିସ । ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଏହି ସୂଚନା ପ୍ରଦାନ କରିଛନ୍ତି ।

{"id":188274,"sizeSlug":"large"}

ଗତ ୧୫ ତାରିଖରେ ମୁଖା ପିନ୍ଧା ଯୁବକ ଗାନ୍ଧୀଛକ ରେ ଥିବା ସରାଫ ଜୁଏଲରୀ ଦୋକାନରେ ୩ ରାଉଣ୍ଡ ଗୁଳି ଚଳାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଆଜି ପୋଲିସ ଗିରଫ କରଥିବା ୩ ଜଣ ବିହାରର ଆନ୍ତଃରାଜ୍ୟ ଅପରାଧୀ ବୋଲି ଡିଆଇଜି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.