ବାଲେଶ୍ବର ଦୁର୍ଗାଦେବୀପୁର ଡକାୟତି ଘଟଣା ; ୫ ଡକାୟତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | January 27, 2019 IST

ବାଲେଶ୍ବର ୨୭|୧: ବାଲେଶ୍ବର ଦୁର୍ଗାଦେବୀପୁର ଡକାୟତି ଘଟଣାରେ ୫ ଡକାୟତଙ୍କୁ ଗିରଫ କରିଛି  ପୋଲିସ। ତେବେ ଗିରଫ ଡକାୟତଙ୍କ ମଧ୍ୟରେ ଜଣେ ଇଞ୍ଜିନିୟରିଂ ଛାତ୍ର ଥିବା ଜଣାପଡ଼ିଛି। ଗିରଫ ଇଞ୍ଜିନିୟରିଂ ଛାତ୍ର ହେଲେ ଭୋଗରାଇ ପଳାସିଆର ସୌମ୍ୟ ରଞ୍ଜନ ଗିରି। ଅନ୍ୟମାନେ ରେମୁଣା ଓ ଚାନ୍ଦିପୁର ଅଞ୍ଚଳର। ଗିରଫ ଡକାୟତମାନଙ୍କଠାରୁ ୨ଟି ମାଉଜର, ୩ଟି କଟୁରୀ, ବିପୁଳ ପରିମାଣର ସୁନା ରୁପା, ମୋବାଇଲ, ବାଇକ୍ ପ୍ରଭୃତି ଜବତ କରାଯାଇଛି। ଅଢେଇ ହଜାର ଟଙ୍କାର ଖୁଚୁରା ମଧ୍ୟ ସେମାନଙ୍କ ଠାରୁ ଜବତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.