ଚନ୍ଦକା ଅଞ୍ଚଳରେ ଡକାୟତି : ଏକୁଟିଆ ଥିବା ବୃଦ୍ଧାଙ୍କୁ ବାନ୍ଧିଦେଇ ଦୁର୍ବୃତ୍ତ ଲୁଟିନେଲେ ଟଙ୍କା ଓ ସୁନା

Published By : Prameya-News7 Bureau | February 10, 2019 IST

ବାରଙ୍ଗ ୧୦|୨: ନନ୍ଦନକାନନ ଥାନା ଅନ୍ତର୍ଗତ ଓସ୍ତପଡା ଗାଁରେ ଡକାୟତି ହୋଇଛି । ଜଣେ ବୃଦ୍ଧା ଘରେ ଏକୁଟିଆ ଥିବାବେଳେ ତାଙ୍କୁ ବାନ୍ଧି ଡକୟତମାନେ ଘରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।

{"id":83806}

୭୦ ବର୍ଷ ବୟସ୍କା ତିଳୋତ୍ତମା ପ୍ରଧାନଙ୍କ ପୁଅ ବୋହୂ ଏବଂ ଅନ୍ୟ ସଦସ୍ୟମାନେ ଗତକାଲି ଏକ ଭୋଜିରେ ଯୋଗ ଦେବା ପାଇଁ ବାହାରକୁ ଚାଲିଯାଇଥିଲେ । ଘରେ ତିଳୋତ୍ତମା ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଡକାୟତମାନେ ଘରେ ପଶିଥିଲେ । ପ୍ରଥମେ ତିଳୋତ୍ତମାଙ୍କୁ ଡକାୟତମାନେ ବାନ୍ଧି ଦେଇଥିଲେ । ତାଙ୍କ ମୁହଁକୁ ଡକାୟତମାନେ ବାନ୍ଧି ଦେଇଥିବାରୁ ସେ ପାଟି ମଧ୍ୟ କରିପାରିନଥିଲେ । 

{"id":83807}

ଏହାପରେ ଘରେ ଥିବା ଟଙ୍କା ଓ ସୁନା ଗହଣା ଲୁଟ୍ କରିଥିଲେ । ପ୍ରାୟ ୨ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୧୫ ହଜାର ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଆଜି ସକାଳୁ ତିଳୋତ୍ତମାଙ୍କ ପରିବାର ବର୍ଗ ଫେରିବାପରେ ତିଳୋତ୍ତମାଙ୍କୁ ଖୋଲିଥିଲେ । ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

{"id":83808}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.