ଟିଟିଲାଗଡରେ ଡକାୟତ ଘରୁ ଲକ୍ଷାଧିକ ଟଙ୍କା ଜବତ ଘଟଣା ; ସଂପୃକ୍ତ ଡକାୟତକୁ ଗିରଫ କଲା ପୋଲିସ
29/10/2018 at 5:25 PM

ବଲାଙ୍ଗିର ୨୯|୧୦: ଟିଟିଲାଗଡରେ ଡକାୟତ ଘରୁ ଲକ୍ଷାଧିକ ଟଙ୍କା ଜବତ ଘଟଣାରେ ସଂପୃକ୍ତ ଡକାୟତ ଗିରଫ କରିଛି ପୋଲିସ । ଫେରାର ଡକାୟତ କୁଟି ରାଓ ଓରଫ ଲୋକନାଥ କୁମ୍ଭାରକୁ ଗିରଫ କଲା ଟିଟିଲାଗଡ ଏବଂ ସିନ୍ଧେକେଲା ପୋଲିସର । ଗତ ୨୫ ତାରିଖରେ ଲୋକନାଥ କୁମ୍ଭାର ଘରେ ଚଢାଉ କରିଥିଲା ପୋଲିସ । ଚଢାଉବେଳେ ଲୋକନାଥ ଘରୁ ୩୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସହ ବିପୁଳ ପରିମାଣର ସୁନା ଗହଣା ଜବତ କରିଥିଲା ପୋଲିସ । ପୋଲିସକୁ ଚକମା ଦେଇ ଲୋକନାଥ ଫେରାଇ ହୋଇଯାଇଥିଲା ।୪ଦିନ ପରେ ଲୋକନାଥକୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ତା ନାଁରେ ବିଭିନ୍ନ ଥାନାରେ ଲୁଟ୍ ଓ ଡକାୟତି ମାମଲା ରହିଛି । ଲୋକନାଥକୁ ଗିରଫ ନେଇ ଆଜି ଟିଟିଲାଗଡ ଏସଡିପିଏ ସରୋଜ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।
Related Posts
ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍
25 May 2022
ବୁଡି ଯାଉଥିଲେ ମାଲିକ, ପାଣିକୁ ଡେଇଁପଡିଲା କୁକୁର
25 May 2022