Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ଡାବୁଗାଁ ବିଧାୟକଙ୍କ ମହାନତା : କର୍ମୀଙ୍କ ଶବକୁ କାନ୍ଧଦେଇ ଶ୍ମଶାନକୁ ନେଲେ

20/10/2019 at 3:53 PM

ନବରଙ୍ଗପୁର ୨୦।୧୦: ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । କେବେ ବିଲରେ କୋଦାଳ ଧରି ରାସ୍ତା ସମତୁଲ କରିବା, କେବେ ବିଲରେ କାମ କରୁଥିବା ଆଦିବାସୀ ମହିଳାଙ୍କ ସହ ଢ଼େମସା ନୃତ୍ୟ କରିବା ତ ପୁଣି କେତେବେଳେ ଆଶ୍ରମ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ଭୋଜନ ପରିବେଷଣ କରିବା ସେ ଚର୍ଚ୍ଚାକୁ ଆସିଛନ୍ତି ।

ନିକଟରେ ଜିଲ୍ଲାସ୍ତରୀୟ ଅଫିସରମାନଙ୍କ ଉପରେ ବିଷୋଦଗାର ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲେ ବିଧାୟକ । ଏବେ ଚର୍ଚ୍ଚାକୁ ଆସିଛନ୍ତି ଶବକୁ କାନ୍ଧ ଦେଇ । ଆଜି ବିଧାୟକ ରନ୍ଧାରୀ ଡାବୁଗାଁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କେନ୍ଦୁଗୁଡା ଗାଁର ଇନ୍ଦ୍ର ଗୌଡଙ୍କ ଗତକାଲି ରାତିରେ ମୃତ୍ୟୁ ହୋଇଥିଲା । ଖବର ପାଇ ବିଧାୟକ ରନ୍ଧାରୀ କେନ୍ଦୁଗୁଡା ଗାଁକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଆଶ୍ବାସନା ଦେବା ସହ ଇନ୍ଦ୍ର ଗୌଡଙ୍କ ଶବକୁ କାନ୍ଧେଇ ଦୁଇ କିଲୋମିଟର ଦୂରରେ ଥିବା ଗାଁ ସ୍ମଶାନକୁ ନେଇ ପହଞ୍ଚିଥିଲେ ।

ଏହିଭଳି ଭାବେ ବିଧାୟକଙ୍କୁ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ରୂପରେ । ଡାବୁଗାଁ ବିଧାୟକ ତାଙ୍କ ନିର୍ବାଚନମଣ୍ଡଳୀର ପାପଡାହାଣ୍ଡି ବ୍ଲକ୍ ମାନିଗାଁ ଆଶ୍ରମ ବିଦ୍ୟାଳୟରେ ଶୁକ୍ରବାର ହଠାତ୍ ପଶିଯାଇ ଛାତ୍ରଛାତ୍ରୀଙ୍କୁ ସରକାରୀ ସୁବିଧା ଠିକ୍ ରେ ମିଳୁଛି କି ନାହିଁ ସେନେଇ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଦେଖିଥିଲେ । ୨୬୮ ପିଲାଙ୍କ ଉପସ୍ଥାନ ରହିଥବା ବେଳେ ରୋଷେଇ ଘରକୁ ଯାଇ ଦେଖିଥିଲେ ସେଠାରେ ଥିଲେ ମାତ୍ର ୫୮ ପିଲା । ସେଥିରୁ ମଧ୍ୟ ୨୮ ପିଲାଙ୍କୁ ଅଣ୍ଟିନଥିଲା ମଧ୍ୟାହ୍ନଭୋଜନ । ନିଜେ ଛାତ୍ରଛାତ୍ରୀଙ୍କୁ ପରଷିଥିଲେ ମଧ୍ୟାହ୍ନ ଭୋଜନ । ଏହାପରେ ୨୮ପିଲାଙ୍କ ପାଇଁ ବିଧାୟକ ବିସ୍କୁଟ କିଣି ଆଣି ବାଣ୍ଟିଥିଲେ ।

ଏହାର କିଛି ଦିନ ପୂର୍ବରୁ ରନ୍ଧାରୀ ଧନେଶ୍ବରୀ ଆଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନର ତଦାରଥ କରିଥିଲେ । ସ୍କୁଲରେ ତାଗିଦ ମଧ୍ୟ କରିଥିଲେ । ତେବେ ଉଚ୍ଚ ପଦସ୍ଥ ଅଧିକାରୀମାନେ ତାଙ୍କ କଥା ଶୁଣୁନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

   Related Posts