ସାରନା ଧର୍ମକୁ ସାମ୍ବିଧାନିକ ମାନ୍ୟତା ଓ ଜାହିରା ପୀଠର ଉନ୍ନତିକରଣ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
2/03/2021 at 8:32 AM

ନୀଳଗିରି,୦୨/୦୩:ସାରନା ଧର୍ମକୁ ସାମ୍ବିଧାନିକ ମାନ୍ୟତା ଓ ମାରାଙ୍ଗ ମୁରୁ ପୀଠର ଉନ୍ନତିକରଣ ନେଇ ସୋମବାର ନୀଳଗିରିର ବିଭିନ୍ନ ଅଞ୍ଚଳର ସାନ୍ତାଳ ସମ୍ପ୍ରଦାୟର ଅଧିବାସୀ ମାନେ କେନ୍ଦ୍ୱମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଭିଟିଛନ୍ତି । ଏହାସହ ସ୍ମାରକପତ୍ର ଦେଇଛନ୍ତି।ଅଲଚିକି ପୂର୍ବରୁ ସମ୍ବିଧାନରେ ଅଷ୍ଟମ ଅନୁଛେଦରେ ସ୍ଥାନ ପାଇଥିବା ବେଳେ ସାରନା ଧର୍ମକୁ ସ୍ୱତନ୍ତ୍ର ଧର୍ମ ଭାବେ ମାନ୍ୟତା ଦେବାସହ ସାମ୍ବିଧାନିକ ମାନ୍ୟତା ନେଇ ନୀଳଗିରି ଅଂଚଳରେ ବହୁଦିନରୁ ଦାବି ଉଠିଆସିଥିବା ଜଣାପଡିଛି।
ନୀଳଗିର ବ୍ଲକ ୭୦ ଭାଗରୁ ଅଧିକ ଲୋକ ଆଦିବାସୀ ଭାବେ ବସବାସ କରୁଥିବା ବେଳେ ତାଙ୍କର ଆରାଧ୍ୟ ଦେବତା ମାରାଙ୍ଗ ମୁରୁ ପୀଠ ଜାହିରା ସ୍ଥଳ ଜରାଜୀର୍ଣ୍ଣ ଅବସ୍ଥାରେ ଗତିକରୁଛି।ପାଖ ପଡୋଶୀ ଜିଲ୍ଲା ମୟୁରଭଞ୍ଜରେ ଏହି ପୀଠକୁ ସରକାର ରକ୍ଷଣ ବେକ୍ଷଣ କରୁଥିବା ବେଳେ ଉନ୍ନୟନମୁଳକ କାର୍ଯ୍ୟ କରୁଛନ୍ତି।ନୀଳଗିରି ଭଳି ଆଦିବାସୀ ଅଂଚଳରେ ଆଇଟିଡିଏ ବିଭାଗ ଥିବାବେଳେ ଉନ୍ନୟନମୂଳକ କାର୍ଯ୍ୟରେ ସରକାରଙ୍କ ଅନୁଦାନ ନଥିବା କହି ଅସହଯୋଗ କରାଯାଉଥିବା ଅଭିଯୋଗ ଉଠିଛି।
ପୂର୍ବରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଛି। ସୋମବାର ନୀଳଗିରିର ବିଭିନ୍ନ ପଞ୍ଚାୟତର ଅଞ୍ଚଳବାସୀ ସାରନା ଧର୍ମକୁ ସାମ୍ବିଧାନିକ ମାନ୍ୟତା ଓ ମାରାଙ୍ଗ ମୁରୁ ଜାହିରା ପୀଠର ଉନ୍ନୟନମୂଳକ କାର୍ଯ୍ୟ ଦାବିନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଭାରତ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବାକୁ କହିଛନ୍ତି। ଯଦି ଆଗାମୀ ଦିନରେ ଦାବି ପୂରଣ ନହୁଏ ତାହେଲେ ଧର୍ମ ଆନ୍ଦୋଳନ ବିଶାଳ ରୂପ ଧାରଣ କରିବ ବୋଲି ଗୋବିନ୍ଦ ଚନ୍ଦ୍ର ହାସଦା,ଦାଶରଥି ଟୁଡୁ,ଅନନ୍ତ ମାଝୀ,ମାତାଲ ହେମ୍ରମ,ରଞ୍ଜନ ମୁର୍ମୁ,ପାଣ୍ଡୁ ମୁର୍ମୁ,ସୁନୀଲ କୁମାର ମୁର୍ମୁ,ସେରାଲ ବାସ୍କେ,ମୋହନ ମାର୍ଣ୍ଡି, ସାଲାଏ ମୁର୍ମୁ,ବିଜୟ କୁମାର ମାର୍ଣ୍ଡି, ସୁନ୍ଦରମୋହନ ହେମ୍ରମ,ନରେନ୍ଦ୍ର ଟୁଡୁ,ସୁନାରାମ ହେମ୍ରମଙ୍କ ସମେତ ବହୁ ଅଞ୍ଚଳବାସୀ ସୂଚନା ଦେଇଛନ୍ତି।