Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୈତାନ ସ୍ୱାମୀ, ସ୍ତ୍ରୀର ତଣ୍ଟିଚିପି କଲା ହତ୍ୟା !
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

‘ଥପ୍ପଡ଼୍ ସେ ନୈହିଁ, ପ୍ୟାର ସେ ଡର୍ ଲଗତା ହୈ ସାହେଵ୍’ କହୁଥିବା ଦବଙ୍ଗ ଅଭିନେତ୍ରୀ ଏବେ ପ୍ରେମ ଜାଲରେ !

9/01/2019 at 1:12 PM

ମୁମ୍ବାଇ୯|୧: ୨୦୧୮ ବଲିଉଡରେ ଏକ ପ୍ରକାରର ବାହାଘର  ବର୍ଷ କହିଲେ କିଛି ଭୁଲ ହେବ ନାହିଁ । କାରଣ ୨୦୧୮ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ସବୁ ନିଜ ବାହାଘରକୁ ନେଇ ଚର୍ଚ୍ଚା ରେ ଥଲେ। ଠିକ ସେହିଭଳି ୨୦୧୯ ହିନ୍ଦୀ ଚଳଚିତ୍ର ଜଗତକୁ ଏକ ରୋମାଣ୍ଟିକ ସିଜନ ଚାଲିବ ବୋଲି କୁହାଯାଉଛି। କାରଣ ଅନେକ କଳାକାର ନିଜ ନିଜର ଡେଟିଂ ଆଉ ଲଭ ଲାଇଫକୁ ନେଇ ଲାଇମ ଲାଇଟରେ ରହିବା ଦେଖାଯାଉଛି। ଆଉ ଏଥିରୁ ବାଦ ପଡିନାହାନ୍ତି ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏବେ ରିୟଲ ଲାଇଫ ରୋମାନ୍ସ ଲିଷ୍ଟରେ ସୋନାକ୍ଷୀଙ୍କ ନାଁ ମଧ୍ୟ ଯୋଡିଯାଇଛି।

 ସୋନାକ୍ଷୀ ଏବେ ନୂଆ ଅଭିନେତା ଜାହିର ଇକବାଲଙ୍କ ସହ ଡେଟ କରୁଛନ୍ତି। ଜାହିର ୨୦୧୯ ରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏସ୍ କେ ଏଫ ଙ୍କ ଫିଲ୍ମ ନୋଟବୁକରୁ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି ଜାହିର। ଚଳଚ୍ଚିତ୍ରରେ ମନିଷ ବହଲଙ୍କ ଝିଅ ପ୍ରନୁତନ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଛନ୍ତି। ସଲମାନଙ୍କ ମାଧ୍ୟମରେ ସୋନାକ୍ଷୀ ଓ ଜାହିରଙ୍କ ଦେଖା ସାକ୍ଷାତ ହୋଇଥିଲା। ଉଭୟଙ୍କୁ ସଲମାନଙ୍କ ବର୍ଥଡେ ପାର୍ଟିରେ ଦେଖିବାକୁ ମିଳିଥିଲା।

ସୋନାକ୍ଷୀ ଓ ଜାହିରଙ୍କୁ ୨୦୧୯ରେ ବିବାହ ଯୋଡି ରୂପରେ ଦେଖିବାକୁ ଆଶା କରାଯାଉଛି। ତେବେ ଚଳିତ ବର୍ଷରେ ସୋନାକ୍ଷୀଙ୍କର ମଲଟି ଷ୍ଟାର ଫିଲ୍ମ ‘କଲଂକ’ ରିଲିଜ ହେବାକୁ ଯାଉଛି। ଚଳଚ୍ଚିତ୍ରରେ ମାଧୁରୀ ଦିକ୍ଷିତ, ବରୁନ ଧୱନ, ଆଲିୟା ଭଟ୍ଟ ଓ ସଂଜୟ ଦତ୍ତ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି।

   Related Posts