କେତେ ପାଓ୍ବାର ଫୁଲ୍ ସରପଞ୍ଚ ବାବୁ...? କାଲି ଗୋଡେଇ ବାଡ଼େଇ ଥିଲେ, ଆଜି ଧମକ ଦେଲେ

Published By : Prameya-News7 Bureau | June 09, 2020 IST

ବଲାଙ୍ଗୀର୯/୬: ପୁଣି ନ୍ୟୁଜ ୭ ହାତରେ ଲାଗିଲା ଲାଠୋର ସରପଞ୍ଚଙ୍କ ଗୁଣ୍ଡାଗିରି ଭିଡିଓ। ଏବେ ନୁହଁ ଦୀର୍ଘ ଦିନରୁ କଲେଜ ଅଧ୍ୟକ୍ଷଙ୍କୁ ଟାର୍ଗେଟ କରି ଆସୁଥିଲେ ସରପଞ୍ଚଙ୍କ ବାବୁ। ସେପଟେ ଏସ.ପିଙ୍କୁ ସାହାରା ମାଗିବା ପରେ ବି  ଭୟରେ କଲେଜ ପ୍ରିନ୍ସିପାଲ। ନ୍ୟୁଜ ୭ ଜରିଆରେ ପ୍ରିନ୍ସିପାଲ ପୋଲିସ ପ୍ରଶାସନକୁ ମାଗିଲେ ସୁରକ୍ଷା।

ଗତକାଲି ଜଣେ ଡ୍ୟୁଟିରେ ଥିବା ପ୍ରିନ୍ସିପାଲଙ୍କୁ କିଭଳି ଗୋଡେଇ ଗୋଡେଇ ମାଡ ମାରୁଥିଲେ ସରପଞ୍ଚ ବାବୁ ତାର ଭିଜୁଆଲ ଆମେ ଆପଣଙ୍କୁ ଦେଖାଇଥିଲୁ। ଆଉ ଏବେ ପୁଣି ଥରେ ନ୍ୟୁଜ ସେଭେନ ହାତରେ ଲାଗିଛି ଲାଠୋର  ସରପଞ୍ଚ ପ୍ରବୀଣ ଅଗ୍ରଓ୍ବାଲଙ୍କ ଗୁଣ୍ଡାଗର୍ଦ୍ଦିର ଭିଜୁଆଲ। ସରପଞ୍ଚ ବାବୁଙ୍କର ଦୀର୍ଘ ଦିନରୁ କଲେଜ ପ୍ରିନ୍ସିପାଲ ନାରାୟଣ ପ୍ରଧାନଙ୍କ ସହ ଶତ୍ରୁତା ରହିଛି। କଲେଜରେ ଚାଲିଥିଲା ଗର୍ଣ୍ଣିଂ ବଡିର ମିଟିଂ। କଲେଜ ଷ୍ଟାଫ୍ ସହ କମିଟିର ମେମ୍ବର ଉପସ୍ଥିତ ଥିଲେ। ସମସ୍ତେ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ବି ସରପଞ୍ଚ ବାବୁଙ୍କ ଖୁଲମଖୁଲା ଗୁଣ୍ଡାଗର୍ଦ୍ଦିକୁ କେହି ବି ଜଣେ ବିରୋଧ କରୁନାହାନ୍ତି। ସରପଞ୍ଚ ବାବୁଙ୍କ ଏଭଳି ଗୁଣ୍ଡଗର୍ଦ୍ଦି କରିବା ଯେମିତି ଏକ ନିତିଦିନିଆ କାମ। ଏହି ଚିତ୍ର ହିଁ ବୟାନ କରୁଛି କେତେ ପାଓ୍ବାର ଫୁଲ ସରପଞ୍ଚ ବାବୁ ? ଆଇନ କାନୁନ୍‌କୁ ଖୋଲାଖୋଲି ଦଳିମକଚି ଦେଲେ ବି ସରପଞ୍ଚ ବାବୁଙ୍କ ଗୁଣ୍ଡାଗର୍ଦ୍ଦି ଆଗରେ ଯେମିତି ସମସ୍ତେ ଲାଚାର। ଦେଖନ୍ତୁ କିପରି ଭାବରେ ଖୁଲମଖୁଲା ପ୍ରିନ୍ସିପାଲଙ୍କୁ ଧମକଚମକ ଦେଉଛନ୍ତି ଅମାନିଆ ସରପଞ୍ଚ ବାବୁ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.