Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କୁ ମିଳିଗଲା ତାଙ୍କ ମିଷ୍ଟର ପର୍ଫେକ୍ଟ, ଶିଘ୍ର କରିପାରନ୍ତି ବିବାହ

ମୁମ୍ୱାଇ୧୬|୪: ଅଧିକାଂଶ ସମୟ ବଲିଉଡ ଇଣ୍ଡଷ୍ଟ୍ରିରେ ଲିଂକଅପ୍ସ ପାଇଁ ଅଭିନେତ୍ରୀମାନେ ଚର୍ଚ୍ଚାରେ ରୁହନ୍ତି। କେବେ ଲାଇମଲାଇଟ୍‌ ପାଇଁ ତ କେବେ ନିଜ ରିଲେସନଶିପ ପାଇଁ ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ଫେମସ ହୋଇଥାନ୍ତି। ଆଉ ଏଥିରୁ ବାଦ ପଡିନାହାନ୍ତି ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏବେ ରିୟଲ ଲାଇଫ ରୋମାନ୍ସ ଲିଷ୍ଟରେ ସୋନାକ୍ଷୀଙ୍କ ନାଁ ମଧ୍ୟ ଯୋଡିଯାଇଛି। ସୂଚନାଯୋଗ୍ୟ ଯେ, ସୋନାକ୍ଷୀ ବଲିଉଡର ଜଣେ ମୁସଲିମ ଅଭିନେତାଙ୍କୁ ବିବାହ କରିପାରନ୍ତି। ସୋନାକ୍ଷୀ ଏବେ ନୂଆ ଅଭିନେତା ଜାହିର ଇକବାଲଙ୍କୁ ଡେଟ କରୁଛନ୍ତି ଓ ଉଭୟ ବିବାହ କରିବେ ବୋଲି ପ୍ଲାନ କରୁଛନ୍ତି।
କିଛି ଦିନ ତଳେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ନୋଟବୁକ୍‌ରେ ଅଭିନୟ କରି ଡେବ୍ୟୁ କରିଛନ୍ତି ଜାହିର । ଦର୍ଶକ ଜାହିରଙ୍କ ଅଭିନୟକୁ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି। ଏସ୍ କେ ଏଫ ଙ୍କ ଫିଲ୍ମ ନୋଟବୁକରୁ କ୍ୟାରିଅର ଆରମ୍ଭ କରିଥିବା ଜାହିର ବେଶ ସଫଳତା ହାସଲ କରିବେ ବୋଲି ଚର୍ଚ୍ଚା ଚାଲିଛି । ଚଳଚ୍ଚିତ୍ରରେ ମନିଷ ବହଲଙ୍କ ଝିଅ ପ୍ରନୁତନ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି।
ସଲମାନଙ୍କ ମାଧ୍ୟମରେ ସୋନାକ୍ଷୀ ଓ ଜାହିରଙ୍କ ଦେଖା ସାକ୍ଷାତ ହୋଇଥିଲା। ଉଭୟଙ୍କୁ ସଲମାନଙ୍କ ବର୍ଥଡେ ପାର୍ଟିରେ ଦେଖିବାକୁ ମିଳିଥିଲା। ଏବେ ସୋନାକ୍ଷୀଙ୍କର ମଲଟି ଷ୍ଟାର ଫିଲ୍ମ ‘କଲଂକ’ ରିଲିଜ ହେବାକୁ ଯାଉଛି। ଚଳଚ୍ଚିତ୍ରରେ ମାଧୁରୀ ଦିକ୍ଷିତ, ବରୁନ ଧୱନ, ଆଲିୟା ଭଟ୍ଟ ଓ ସଂଜୟ ଦତ୍ତ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ପ୍ରମୋସନ ଇଭେଣ୍ଟରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୋନାକ୍ଷୀ କହିଥିଲେ।

ସୋନାକ୍ଷୀ ଓ ଜାହିରଙ୍କୁ ଏକା ସହ ଅନେକ ଥର ସ୍ପଟ କରାଯାଇଛି । ଉଭୟଙ୍କୁ ଏକା ସହ ବୁଲାବୁଲି କରିବାର ମଧ୍ୟ ଦେଖାଯାଇଛି। ସୋସିଆଲ ମିଡିଆରେ ଜାହିର ସୋନାକ୍ଷୀଙ୍କର ପ୍ରତ୍ୟେକ ଫଟୋ ଲାଇକ୍‌ କରନ୍ତି। ତାଙ୍କୁ ସବୁ ସୋସିଆଲ ସାଇଟ୍‌ରେ ଫଲୋ ମଧ୍ୟ କରିଛନ୍ତି। ସୋନାକ୍ଷୀଙ୍କର ସବୁ ଫଟୋରେ କମେଣ୍ଟ ଦିଅନ୍ତି ଜାହିର।

ଅଧିକାଂଶ ସମୟରେ ଦୁହେଁ ଡିନର ଡେଟ ବା ମୁଭି ଡେଟରେ ଯାଆନ୍ତି। କିଛି ଦିନ ପୂର୍ବରୁ ସୋନାକ୍ଷୀଙ୍କ ମା ପୂନମ ସିହ୍ନା ଏକ ରିୟାଲିଟି ସୋରେ କହିଥିଲେ ଯେ, ତାଙ୍କୁ ରଣବୀର କପୁର ଭଳି ଜ୍ବାଇଁ ଦରକାର।  ଏବେ ବଲିଉଡର ମୋଷ୍ଟ ଏଲିଜିବଲ୍‌ ବ୍ୟାଚଲର ହେଲେ ରଣବୀର କପୁର। ତେଣୁ ସେ ତାଙ୍କ ଭଳି ଲୋକଙ୍କୁ ନିଜ ଝିଅ ଜୀବନରେ ଦେଖିବାକୁ ଚାହାନ୍ତି ବୋଲି କହିଥିଲେ ପୂନମ।  

613 Views

   ସମ୍ବନ୍ଧିତ ଖବର