Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ବୁଲେଟ୍ ଚଲାଇବା ଭିଡିଓ ଭାଇରାଲ…

2/02/2020 at 9:14 AM

ମୁମ୍ବାଇ୨|୨: ବଲିଉଡର ଭାଇଜାନ ସଲମାନଙ୍କ ସହ ଅଭିନୟ କରି ପରଦାରେ ପାଦ ଦେଇଥିବା ଅଭିନେତ୍ରୀ ସୋନାକ୍ଷୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ଇଣ୍ଡଷ୍ଟ୍ରିରେ ଟ୍ରାଡିସନାଲ ଲୁକରୁ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ବଲିଉଡର ଗ୍ଲାମରସ୍ ଅଭିନେତ୍ରୀଙ୍କ ତାଲିକାରେ ସାମିଲ ହୋଇ ସାରିଛନ୍ତି। ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କର ଝିଅ ହେଉଛନ୍ତି ସୋନାକ୍ଷୀ ସିହ୍ନା।

ଏବେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ସୋନାକ୍ଷୀ ମୁମ୍ବାଇ ରାସ୍ତାରେ ବୁଲେଟ୍‌ ଚଲାଉଥିବା ଦେଖିବାକୁ ମିଳିଛି। ଟ୍ରାଫିକ୍‌ ମଝିରୁ ଗାଡ଼ିଗୁଡ଼ିକୁ କାଟି ସୋନାକ୍ଷୀ ଖୁବ୍‌ ସହଜରେ ବୁଲେଟ୍‌କୁ ନେଇ ଯାଉଥିବା ନଜର ଆସିଛନ୍ତି। ତାଙ୍କ ପଛରେ ଅନେକ ଫଟୋଗ୍ରାଫର୍ସ ଥିଲେ।

ଭିଡିଓରେ ସୋନାକ୍ଷୀଙ୍କ ଷ୍ଟାଇଲିସ୍‌ ଅନ୍ଦାଜ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଭିଡିଓରେ ଶୁଣାଯାଉଛି ଯେ, ଲୋକେ ସୋନାକ୍ଷୀଙ୍କୁ ଗାଡି ରଖିବା ପାଇଁ ମନା କରୁଛନ୍ତି। ସୋନାକ୍ଷୀ ବାଇକ ଚଲାଇ କରୀନା କପୁରଙ୍କ ଶୋ’ ରେଡିଓକୁ ପହଞ୍ଚିଥିଲେ। ସୋନାକ୍ଷୀଙ୍କର ଏହି ବୁଲେଟ୍‌ ଚଲାଉଥିବା ଭିଡିଓକୁ ଭାଇରାଲ ଭୟାନି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

ସୋନାକ୍ଷୀ ଗାଡ଼ି ଚଲାଇ କରୀନାଙ୍କ ଶୋ’କୁ ଯାଉଥିଲେ। ସାକ୍ଷାତକାରରେ ସୋନାକ୍ଷୀ ଏକ ଧଳା ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ। ଅପରପକ୍ଷରେ କରୀନା କପୁର ପିଙ୍କ କଲରର ଡ୍ରେସ୍‌ ପିନ୍ଧିଥିଲେ। ଶେଷ ଥର ସୋନାକ୍ଷୀଙ୍କୁ ସଲମାନ ଖାନ୍‌ଙ୍କ ସହ ଦବଙ୍ଗ ୩ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇ ହିଟ୍‌ ହୋଇଥିଲା।

   Related Posts