ବିଚ୍ ରାସ୍ତାରେ ଯୁବକଙ୍କୁ କଲର ଧରି ଘୋଷାଡିଲେ ଯୁବତୀ, କାହାର ଭୁଲ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | October 27, 2019 IST

ବାଲେଶ୍ବର ୨୭|୧୦: ବାଲେଶ୍ବର ବିବେକାନନ୍ଦ ମାର୍ଗରେ ଜଣେ ଯୁବତୀ ଜଣେ ଯୁବକଙ୍କ ସହ ଗଣ୍ଡଗୋଳ କରିବା ସହ ଯୁବକଙ୍କ କଲର ଧରି ବିଚ୍ ରାସ୍ତାରେ ଘୋଷାଡିବାର ଦେଖିବାକୁ ମିଳିଥିଲା । ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।

{"id":175569}

ସୂଚନାଯୋଗ୍ୟ ସଂପୃକ୍ତ ଯୁବତୀ ଜଣଙ୍କ ତାଙ୍କ ସାଙ୍ଗଙ୍କ ସହ ଏକ ସ୍କୁଟି ଯୋଗେ ଯାଉଥିବା ବେଳେ ଯୁବକ ଜଣଙ୍କ କୁଆଡେ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ଜଣଙ୍କ ଯୁବକଙ୍କ ସହ ରାସ୍ତା ମଝିରେ ଯୁକ୍ତିତର୍କ କରିବା ସହ ଯୁବକଙ୍କ କଲର ଧରି ରାସ୍ତା ମଝିରେ ଘୋଷାଡିଥିଲେ ।

{"id":175570}

ତେବେ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ କହିବା ଅନୁସାରେ ପୂର୍ବରୁ ମଧ୍ୟ ଯୁବତୀ ଜଣଙ୍କ ଏଭଳି ମିଛ ଅଭିଯୋଗ କରି ବାଇକ୍ ଆରୋହୀମାନଙ୍କଠାରୁ ଟଙ୍କା ପଇସା ଆଦାୟ କରନ୍ତି । ସେଠାରେ ଉପସ୍ଥିତ ଥିବା ଲୋକେ ଯୁବତୀଙ୍କ ଏଭଳି ଚରିତ୍ର ସମ୍ବନ୍ଧରେ ଜାଣି ଉଭୟଙ୍କ ମଧ୍ୟରେ ଝଗଡା ବନ୍ଦ କରାଇବା ପାଇଁ ଉଦ୍ୟମ କରିଥିଲେ  । ଲୋକମାନେ ସଂପୃକ୍ତ ଯୁବକଙ୍କୁ ସେହି ସ୍ଥାନ ଛାଡି ଚାଲିଯିବାକୁ ମଧ୍ୟ କହିଥିଲେ । ଫଳରେ ଯୁବତୀ ଜଣଙ୍କ ନିଜ ଯୋଜନାରେ ବିଫଳ ହୋଇଥିବା ଜଣାପଡିଛି । ତେବେ ସେହି ସମୟରେ ଯୁବକ ଜଣଙ୍କ ଫେରିଯାଇଥିଲେ ମଧ୍ୟ କିଛି ସମୟ ପରେ ଆସି ସେହିଠାରେ ଯୁବତୀଙ୍କୁ ଖୋଜାଖୋଜି କରିଥିଲେ । ମାତ୍ର  ଯୁବତୀଙ୍କର ଟେର୍ ନପାଇ ଫେରିଯାଇଥିଲେ । ତେବେ ଉଭୟଙ୍କ ପରିଚୟ ମିଳିପାରିନାହିଁ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.