5-T ଫର୍ମୁଲାକୁ ଫୁ କରିଦେଲା କେନ୍ଦୁଝର ପୋଲିସ : ଦୋଷ ଲୁଚାଇବାକୁ ଯାଇ ଦେଖାଇଲା ଦାଦାଗିରି, ନିରୀହ ଲୋକଙ୍କୁ ଚୋର ସଜାଇ ଦେଲା ନିର୍ଯାତନା

Published By : Prameya-News7 Bureau | October 26, 2019 IST

କେନ୍ଦୁଝର ୨୬।୧୦:  କେନ୍ଦୁଝର ସହର ଦିନକୁ ଦିନ ଦୋକାନ ଚୋରି, ମନ୍ଦିର ଚୋରି, ମୋଟର ସାଇକେଲ ଚୋରି, ଡକାୟତି, ଛିନତାଇ ଏବଂ ହାଇୱେ ଲୁଟ୍ ବଢିବାରେ ଲାଗିଛି । ସ୍ପଷ୍ଟ ଦିବାଲୋକରେ ଟାଉନ ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି ଲୁଟ୍ କରୁଛନ୍ତି ଦୁର୍ବୃତ୍ତ । ପୋଲିସ ସେମାନଙ୍କର ଟେର ପାଉନି । ପୋଲିସ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି । ଆଉ ଏହା ପରେ ଯେମିତି ପୋଲିସ ରକ୍ତ ମୁଖା ହୋଇଉଠିଛି । ସାଧାରଣ ଲୋକଙ୍କୁ ରାସ୍ତାରୁ ଉଠାଇ ଆଣି ଚୋର ସଜାଇ ନିଜ ଇମେଜ୍ ବଞ୍ଚାଇବା ଭଳି ଅପଚେଷ୍ଟା କରୁଛି।

{"id":174929}

କେନ୍ଦୁଝର ଟାଉନ ପୋଲିସର ଏମିତି ଏକ କାରନାମା ସାମ୍ନାକୁ ଆସିଛି । ରାଇସୁଆଁ ଗାଁର ଚିନ୍ମୟ ରାଉତ ଶୁକ୍ରବାର ଦିନ ଏସଏଚଜି ଗ୍ରୁପ ଟଙ୍କା ଡିପୋଜିଟ କରିବାକୁ କେନ୍ଦୁଝର ସହର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାକୁ ଆସିଥିଲେ । ଗତ ୫ ତାରିଖରେ ସ୍ପଷ୍ଟ ଦିବାଲୋକରେ ୨ଲକ୍ଷ ଟଙ୍କା ଲୁଟ୍ ଘଟଣା ଉପରୁ ପରଦା ହଟାଇବାରେ ବିଫଳ ହୋଇଥିବା ପୋଲିସ ଚିନ୍ମୟଙ୍କୁ ଲୁଟ୍ ମାମଲାରେ ଫସାଇ ଥାନାକୁ ଉଠାଇ ଆଣିଥିଲା । ତାଙ୍କୁ ସାଂଘାତିକ ମାନସିକ ନିର୍ଯାତନା ଦେବାକୁ ଲାଗିଥିଲା ପୋଲିସ ।

{"id":174930}

ଏପଟେ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ତାକୁ ଖୋଜା ଖୋଜି କରିଥିଲେ । ଖବର ପାଇ ଘର ଲୋକେ ଥାନାକୁ ଆସିଥିଲେ । କଣ ପାଇ ତାଙ୍କୁ ଥାନାକୁ ଆଣିଛ ବୋଲି ଜାଣିବାକୁ ଚାହିଁଥିଲେ । ଆଉ ଏହାପରେ ସେମାନଙ୍କୁ ଉତ୍ତର ଦେବା ବଦଳରେ ଥାନା ପରିସରରୁ ତଡିବାକୁ ଚେଷ୍ଟା କରାଯାଇଥିଲା।

{"id":174931}

ପୀଡିତ ମହିଳାମାନେ ଅନ୍ୟ ଉପାୟ ନପାଇ ନ୍ୟୁଜ ସେଭେନର ସାହାଯ୍ୟ ଲୋଡିଥିଲେ । ଆମ ଟିମ୍ ଟାଉନ୍ ଥାନାରେ ପହଞ୍ଚିଥିଲେ । ସେହି ସମୟରେ ମହିଳାମାନଙ୍କୁ ଅତି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲା ଓ ଥାନା ପରିସରରୁ ବାହାରିଯିବାକୁ ଧମକ ଚମକ ଦିଆଯାଉଥିଲା । ଏସବୁ ଆମ କ୍ୟାମେରାମ୍ୟାନ ନିଜ ମୋବାଇଲରେ ରେକର୍ଡ କରିବା ଆରମ୍ଭ କରି ଦେଇଥିଲେ ।

{"id":174934}

ଏହାପରେ ପୋଲିସ  ଆମ କ୍ୟାମେରାମ୍ୟାନଙ୍କୁ ଧମକ ଚମକ ଦେବାସହ ଜଣେ ମହିଳା ସବ ଇନ୍ସପେକ୍ଟର ଏସବୁ ଭିଜୁଆଲ ଡିଲିଟ କରି ଦେଇଥିଲେ । ଏହି ଭିଜୁଆଲ ଭିତରେ ଥିଲା ସେହି ଥାନାର ଜଣେ ଇନିସ୍ପେକ୍ଟର ଆଶୁତୋଷ ମହାନ୍ତି ୟୁନିଫର୍ମରେ ଥାଇ ମଦ ପିଉଥିବାର ଦୃଶ୍ୟ ।

{"id":174933}

ପୋଲିସର ଇଏ କି ଚେହେରା । ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ବଦଳରେ ହଇରାଣ କରିବା କେତେ ଉଚିତ୍ । ନିଜ ଦୋଷ ଲୁଚାଇବାକୁ କ୍ଷମତାର ଅପବ୍ୟବହାର କରୁନାହିଁ କି କେନ୍ଦୁଝର ପୋଲିସ । ଗଣମାଧ୍ୟମ ପ୍ରତିନିଧଙ୍କୁ ଅଶାଳୀନ ବ୍ୟବହାର କରିବା କେତେ ଠିକ୍ । ଭିଜୁଆଲ ଡିଲିଟ୍ କରିଦେଲେ କଣ ପୋଲିସର କାରନାମାର ପ୍ରମାଣ ହଜିଯିବ । କେନ୍ଦୁଝର ଟାଉନ୍ ଥାନା ପୋଲିସ ଉପରେ ଲୋକେ ଆଉ ଭରସା କରିପାରିବେ ତ । ଜିଲ୍ଲା ପୋଲିସ ମୁଖ୍ୟ କେନ୍ଦୁଝର ଟାଉନ ଥାନା ପୋଲିସର ଏସବୁ କାରନାମା ଜାଣିଛନ୍ତି ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.