Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଦବଙ୍ଗ କନ୍ୟା : ପ୍ରଥମେ ଫୁଟାଇଲେ ଗୁଳି, ତାପରେ ବରକୁ ପିନ୍ଧାଇଲେ ବରଣମାଳା, ଦେଖନ୍ତୁ ଭାଇରାଲ୍ ଭିଡିଓ

1/06/2021 at 10:02 AM

ପ୍ରତାପଗଡ ୧।୬: ୟୁପିର ପ୍ରତାପଗଡର ଜେଠୱାରା ଅନ୍ତର୍ଗତ ଏକ ଗାଁରେ ଏକ ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଥିଲା । ପ୍ରଥମେ କନ୍ୟା ଜଣଙ୍କ ଏକ ଲାଇସେନ୍ସପ୍ରାପ୍ତ ରିଭଲଭରରୁ ଗୁଳି ଚଳାଇବା ପରେ ବରକୁ ବରଣମାଳ ପିନ୍ଧାଇଥିଲେ । ନାଲି ଯୋଡା ପିନ୍ଧିଥିବା କନ୍ୟା ଗୁଳି ଚଳାଇବାର ଏକ ଭିଡିଓ ସୋମବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଜେଠୱାରା ଥାନାଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଏକ ଗାଁକୁ ବରଯାତ୍ରୀ ସହ ବର ଆସିଥିଲା । ବରଣମାଳା ପିନ୍ଧାଇବା ଲାଗି ଆକର୍ଷଣୀୟ ଭାବେ ଷ୍ଟେଜ୍ ସାଜସଜ୍ଜା ହୋଇଥିଲା । ରାତି ପ୍ରାୟ ୧୧ଟା ବେଳେ ନାଲି ଯୋଡା ପିନ୍ଧିଥିବା କନ୍ୟା ବରଣମାଳା ପାଇଁ ଘରୁ ବାହାରିଥିଲା । ତାଙ୍କ ସହ ଆସୁଥିବା ମହିଳାମାନେ ମଙ୍ଗଲ ଗୀତ ଗାଉଥିଲେ । ଯେତେବେଳେ କନ୍ୟା ବରଣମାଳା ପାଇଁ ଷ୍ଟେଜ୍ ଉପରକୁ ଉଠୁଥିଲେ  ସେତେବେଳେ ପାଖରେ ଥିବା ଜଣେ ବ୍ୟକ୍ତି ତାଙ୍କ ହାତରେ ଏକ ରିଭଲଭର ଧରାଇଦେଲେ । କନ୍ୟା ଷ୍ଟେଜ୍ ଉପରକୁ ଯାଇ ପ୍ରଥମେ ରିଭଲଭରରୁ ଗୁଳି ଫୁଟାଇଥିଲେ ଏବଂ ପରେ ବରଣମାଳା ପିନ୍ଧାଇଥିଲେ । ସେଠାରେ ଉପସ୍ଥିତ ଲୋକମାନେ କନ୍ୟାର ଏଭଳି ରିଭଲଭରରୁ ଗୁଳି ଚଳାଇବା ଦେଖି କରତାଳି ଦେଇ ଉତ୍ସାହିତ କରିଥିଲେ ।

ତାପର ଦିନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । କନ୍ୟା ଜଣଙ୍କ ରିଭଲଭରରୁ ଗୁଳି ଚଳାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଥାନା ଅଧିକାରୀ ଏ ବିଷୟରେ କିଛି ସୂଚନା ପାଇନଥିବା କହିଛନ୍ତି । ଯଦି ଏମିତି  ହୋଇଥାଏ ତେବେ ଲାଇସେନ୍ସ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ।

   Related Posts