Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

କେନ୍ଦ୍ରୀୟ କର୍ମଚାରୀଙ୍କୁ ଦୀପାବଳି ଭେଟି, ପୁଣି ମହଙ୍ଗା ଭତ୍ତା ବୃଦ୍ଧିକଲେ ମୋଦି ସରକାର

21/10/2021 at 3:11 PM

ନୂଆଦିଲ୍ଲୀ ୨୧/୧୦ : କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ପାଇଁ ଖୁସି ଖବର । ଦୀପାବଳି ଉପଲକ୍ଷେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ ଉପଭୋକ୍ତାଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ମିଳିଛି ।

ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ୨୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ଏବେ କ୍ୟାବିନେଟ୍‌ ବୈଠକରେ ଏ ନେଇ ମଞ୍ଜୁରୀ ମିଳିବା ପରେ ଏଣିକି ୩୧ ପ୍ରତିଶତ DA ପାଇବେ କେନ୍ଦ୍ରୀୟ କର୍ମଚାରୀ । ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ୍‌ ଉପଭୋକ୍ତା ଏହାର ଫାଇଦା ପାଇବେ ।

ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧିକରି ତାହାକୁ ୨୮ ପ୍ରତିଶତ କରିଥିଲେ । ଏହା ପୂର୍ବରୁ DA ୧୭ ପ୍ରତିଶତ ମିଳୁଥିଲା । ଏବେ ଆଉ ୩ ପ୍ରତିଶତ ଯୋଡାଯିବା ପରେ ଏଣିକି ୩୧ ପ୍ରତିଶତ DA ପାଇବେ କେନ୍ଦ୍ରୀୟ କର୍ମଚାରୀ ।

ମହଙ୍ଗା ଭତ୍ତା ବଢିବା ଫଳରେ ଅନ୍ୟ ସୁବିଧାଗୁଡିକରେ ମଧ୍ୟ ଫାଇଦା ପାଇବେ କେନ୍ଦ୍ର ସରକାରୀ କର୍ମଚାରୀ । ଟ୍ରାଭେଲ୍‌ ଆଲୋଏନ୍ସ ଏବଂ ସିଟି ଆଲୋଏନ୍ସ ବୃଦ୍ଧି ପାଇବା ସହିତ ଅବସର ପରେ ପ୍ରୋଭିଟେଣ୍ଟ ଫଣ୍ଡ ଏବଂ ଗ୍ରାଚ୍ୟୁଟି ମଧ୍ୟ ବୃଦ୍ଧି ପାଇବ । ଉଦାହରଣ ସ୍ବରୂପ କେନ୍ଦ୍ର କର୍ମଚାରୀଙ୍କ ନ୍ୟୁନତମ ଦରମା ୧୮ ହଜାର ଟଙ୍କା ହେଲେ ତାଙ୍କର ନୂଆ ମହଙ୍ଗା ଭତ୍ତା ୫୫୮୦ (୩୧ପ୍ରତିଶତ) ଟଙ୍କା ରହିବ । ପୂର୍ବରୁ ୨୮ ପ୍ରତିଶତ ହିସାବରେ ୫୦୪୦ ଟଙ୍କା ମିଳୁଥିଲା । ସେହିପରି ହିସାବ କରିବାକୁ ଗଲେ କେନ୍ଦ୍ର କର୍ମଚାରୀଙ୍କ ବାର୍ଷିକ ଦରମାରେ ୬୪୮୦ ଟଙ୍କା ବୃଦ୍ଧି ଘଟିବ ।

   Related Posts