ଡିଏ(ମହଙ୍ଗା ଭତ୍ତା) ୫ ପ୍ରତିଶତ ବଢିବ - ସରକାରୀ କର୍ମଚାରୀଙ୍କୁ ମିଳିପାରେ ଏହି ଖୁସୀ ଖବର

Published By : Prameya-News7 Bureau | October 01, 2019 IST

ନୂଆଦିଲ୍ଲୀ - ମୋଦୀ ସରକାର ୧.୧ କୋଟି କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ବା ଡିଏ ବୃଦ୍ଧି ବିଷୟରେ ଘୋଷଣା କରିପାରନ୍ତି । ମଙ୍ଗଳବାରରେ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟର ବୈଠକରେ ଏହାକୁ ମଞ୍ଜୁରୀ ମିଳିପାରେ । ମହାରାଷ୍ଟ୍ର ଓ ହରିୟାନାରେ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ନିର୍ବାଚନ ଆୟୋଗଙ୍କର ଅନୁମତି ନେବାକୁ ପଡିବ ।

କେନ୍ଦ୍ର ସରକାରଙ୍କର ୧.୧ କୋଟି କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀ ଅଛନ୍ତି । ଏମାନଙ୍କୁ ଅଧିକ ଲାଭ ମିଳିବ । କାରଣ ଚଳିତ ଥର ଡିଏର ସର୍ବାଧିକ ୫ ପ୍ରତିଶତ ବୃଦ୍ଧି ହୋଇ ପାରେ । ସପ୍ତମ ବେତନ କମିଶନ ଅନୁସାରେ ଦରମା ପାଉଥିବା ଲୋକଙ୍କର ୯୦୦ ଟଙ୍କାରୁ ୧୨୫୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ହେବ ।

ସରକାର ଜାନୁଆରୀରେ ଡିଏ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଏବେ ସରକାରୀ କର୍ମଚାରୀଙ୍କ ଡିଏ ୧୨ ପ୍ରତିଶତ । ପୂର୍ବରୁ ଏହା ସର୍ବାଧିକ ୩ ପ୍ରତିଶତ ବୃଦ୍ଧି ହୋଇଛି । କେନ୍ଦ୍ର ସରକାର ଦଶହରା ପୂର୍ବରୁ ଡିଏ ବିଷୟର ଘୋଷଣା କରିଥାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.