କେନ୍ଦ୍ର କର୍ମଚାରୀଙ୍କ DA କୁ ନେଇ ବଡ ଖବର : ଏହିଦିନ ମିଳିବ ବର୍ଦ୍ଧିତ ଦରମା

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୦୭/୦୬ : କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବିଷୟରେ ଏକ ବଡ ଖବର ଆସିଛି । ଖୁବ୍ ଶୀଘ୍ର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ବର୍ଦ୍ଧିତ DA ର ଉପହାର ପାଇପାରନ୍ତି । ନ୍ୟାସନାଲ କାଉନସିଲ୍ ଅଫ୍ କନ୍ସେଲଟିଭ ମେସିନେରୀ (JCM) ର ଚଳିତ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିପାରନ୍ତି । ଏହି ଆଲୋଚନାରେ କର୍ମଚାରୀଙ୍କ ଡିଏ ବୃଦ୍ଧି ସମ୍ପର୍କରେ ଆଲୋଚନା ହେବ । ଏହି ବୈଠକରେ ଅର୍ଥ ମନ୍ତ୍ରାଳୟ ଛଡା ଡିପାର୍ଟମେଣ୍ଟ ଅଫ ପର୍ଶନାଲ ଆଣ୍ଡ ଟ୍ରେନିଂର ଅଧିକାରୀ ସାମିଲ ହେବେ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ସହ ଏହି ବୈଠକ ପୂର୍ବରୁ ମେ ମାସରେ ହେବାରଥିଲା । କିନ୍ତୁ ସାରା ଦେଶରେ କରୋନା ସଂକ୍ରମଣ ବ୍ୟାପିଥିବାରୁ ଏହି ବୈଠକକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଏହି ବୈଠକ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଅନୁଷ୍ଠିତ ହୋଇପାରେ। ଜେସିଏମ୍ ଅନୁଯାୟୀ ବର୍ତ୍ତମାନ ଏହି ବୈଠକ ଜୁନ୍ ମାସରେ ହେବ ବୋଲି ଆଶା କରାଯାଉଛି।

କେନ୍ଦ୍ର ସରକାରଙ୍କ ପାଖରେ କର୍ମଚାରୀଙ୍କ DA ର ତିନୋଟି କିସ୍ତି ବାକି ଅଛି ଯାହା ସରକାର ପ୍ରଦାନ କରିବେ। କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ୨୦୨୦ ଜାନୁଆରୀ ୧ ତାରିଖ, ୨୦୨୦ ଜୁଲାଇ ୧ ଓ ୨୦୨୧ ଜାନୁଆରୀ ୧ ର DA ଏବଂ DR ବାକି ଅଛି । କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୨୦୨୦ ଜୁନ୍ ୧ ରୁ ତିନୋଟି DA କିସ୍ତି ପ୍ରଦାନ କରିବାର ଅଛି ଯାହାକୁ କେନ୍ଦ୍ର ସରକାରଙ୍କ ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଥିଲେ ।

କର୍ମଚାରୀମାନେ ବର୍ତ୍ତମାନ ୧୭ ପ୍ରତିଶତ ହାରରେ ଡିଏ ପାଉଛନ୍ତି, ଯାହା ଭବିଷ୍ୟତରେ ୧୧ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ସେମାନଙ୍କ ଦରମା ବହୁତ ବୃଦ୍ଧି ପାଇବ । ଏଥି ସହିତ, କର୍ମଚାରୀମାନେ ସିଧାସଳଖ ଦୁଇ ବର୍ଷ ପାଇଁ DA ର ଲାଭ ପାଇପାରିବେ । କାରଣ ୨୦୨୦ ଜାନୁଆରୀ ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇଥିଲା । ଜୁନରେ ପୁଣି ୩ ପ୍ରତିଶତ ବୃଦ୍ଧି ହୋଇଥିଲା । ବର୍ତ୍ତମାନ ୨୦୨୧ ଜାନୁଆରୀରେ ମହଙ୍ଗା ଭତ୍ତା ପୁଣି ୪ ପ୍ରତିଶତ ବୃଦ୍ଧି ପାଇଛି ଅର୍ଥାତ୍ ସମୁଦାୟ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି | ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ।
କେନ୍ଦ୍ର ସରକାରଙ୍କ ପ୍ରତିନିଧୀ ଏବଂ ଜାତୀୟ ପରିଷଦ-ଜେସିଏମ୍ ମଧ୍ୟରେ ପ୍ରାରମ୍ଭିକ ବୈଠକ ଗତ ମେ' ମାସ ୮ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ କରୋନା ଯୋଗୁଁ ସ୍ଥଗିତ ରଖାଯାଇଥିଲା। ମେ ଶେଷ ସପ୍ତାହରେ ପୁନର୍ବାର ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ କରୋନା ପ୍ରତିବନ୍ଧକ ହେତୁ ପୁଣି ବୈଠକ ସ୍ଥଗିତ ରଖିବାକୁ ପଡିଥିଲା । ଚଳିତ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଏହି ବୈଠକ ବସିବ ବୋଲି ଜେସିଏମ୍ ଆଶା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.