ଦବଙ୍ଗ ଆଇପିଏସ୍ ଅଫିସର : ୨୦ ବର୍ଷ ଚାକିରୀରେ ୪୦ ଥର ବଦଳି, ଉଲ୍ଲେଖ୍ୟନୀୟ ସେବା ପାଇଁ ପାଇଛନ୍ତି ରାଷ୍ଟ୍ରପତି ମେଡାଲ

Published By : Prameya-News7 Bureau | January 01, 2021 IST

ନୂଆଦିଲ୍ଲୀ ୦୧/୦୧ : ଭାରତୀୟ ପୋଲିସ ସେବାରେ ଜଣେ ଜଣାଶୁଣା ନାଁ ରୂପା ଦିବାକର ମୌଡଗିଲ । ଡି. ରୂପା କହିଲେ ପ୍ରାୟ ତାଙ୍କୁ ସମସ୍ତେ ଜାଣିଛନ୍ତି । ଜୀବନ କାଳର ୨୦ ବର୍ଷର ଭାରତୀୟ ପୋଲିସ ସେବାରେ କାର୍ଯ୍ୟ କରୁଥିବା ଏହି ଲେଡି ଦବଙ୍ଗ ଅଫିସରଙ୍କର ପ୍ରାୟ ୪୦ ଥର ବଦଳି ହୋଇସାରିଲାଣି । ଗୁରୁବାର ପୁନଶ୍ଚ ତାଙ୍କୁ ହ୍ୟାଣ୍ଡିକ୍ରାଫ୍ଟ ଏମ୍ପୋରିୟମକୁ ପରିଚାଳନା ନିର୍ଦ୍ଦେଶକ ବଦଳି କରାଯାଇଛି ।

ସୂଚନା ଅନୁସାରେ ବରିଷ୍ଠ ଆଇପିଏସ ଅଧିକାରୀ ହେମନ୍ତ ନିମ୍ବଲକରଙ୍କୁ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କରି କୋଟି କୋଟି ଟଙ୍କା ଠକୁଥିବା ଅଭିଯୋଗ ଆଣିଥିଲେ ଡି. ରୂପା । ଏହା ପରେ ତାଙ୍କୁ  ରାଜ୍ୟ ସରକାର ବଦଳି କରିଛନ୍ତି । ଏହା ପୂର୍ବରୁ ସେ ଗୃହ ସଚିବ ଭାବେ କାର୍ଯ୍ୟ କରୁଥିଲେ । ଉଲ୍ଲେଖ୍ୟନୀୟ ସେବା ପାଇଁ ଡି. ରୂପା ରାଷ୍ଟ୍ରପତି ପଦକ ମଧ୍ୟ ପାଇଛନ୍ତି ।

wp:embed {"url":"https://twitter.com/D_Roopa_IPS/status/1344720613949067264","type":"rich","providerNameSlug":"twitter","responsive":true,"className":""}
https://twitter.com/D_Roopa_IPS/status/1344720613949067264
/wp:embed

ବଦଳି ହେବା ପରେ ସେ ଟ୍ବିଟ୍ କରି କହିଛନ୍ତି, ‘ସରକାରୀ ଚାକିରୀରେ ବଦଳି ହେବା ଏକ ସାଧାରଣ କଥା, ଏହା ଏକ ପ୍ରକ୍ରିୟା । ମୁଁ ମୋ ଯେତିକି ବର୍ଷ ହେଲା ଚାକିରି କରୁଛି ତା ଠାରୁ ଦ୍ବିଗୁଣ ଥର ମୋର ବଦଳି ହୋଇସାରିଲାଣି । ପୋଷ୍ଟ ଯାହାବି ହେଉ ନା କାହିଁକି, ମୁଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରଖିବି’ ।

ଏହା ବାଦ୍ ସେ ଆହୁରି ମଧ୍ୟ କହିଛନ୍ତି, ‘ଅନ୍ୟାୟ ଅନୀତି ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠିବ । ଏହାକୁ କେହି ଅଟକାଇ ପାରିବେ ନାହିଁ । ଅନେକ ଅଫିସର ଦୁର୍ନୀତିକୁ ପ୍ରସୟ ଦେଉଛନ୍ତି ସେଥିପାଇଁ ସେମାନେ ଏହି ଅନିୟମିତତା ପ୍ରସଙ୍ଗକୁ ମଧ୍ୟ ଏଡାଇଯାଉଛନ୍ତି । କିନ୍ତୁ ମୋ କ୍ଷେତ୍ରରେ ତାହା ସମ୍ପୂର୍ଣ୍ଣ ଭିନ୍ନ । ପୋଷ୍ଟ ଯାହ ହେଉ ନା କାହିଁକି, ସାଲିସ ବୀହିନ ଭାବେ କାର୍ଯ୍ୟ ଜାରି ରଖିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ’ ।

୩ ବର୍ଷ ପୂର୍ବରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିବା ସ୍ବର୍ଗତ ଜୟଲଳିତାଙ୍କ ସହଯୋଗୀ ଭି. କେ ଶଶିକଳାଙ୍କ ବିରୁଦ୍ଧରେ ସେ ଏକ ଅଭିଯୋଗ ଆଣିଥିଲେ । ସେ ଅଭିଯୋଗ କରିଥିଲେ ଯେ, କର୍ଣ୍ଣାଟକର କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ସହ ଶଶିକଳା ଏକ ଡିଲ କରିଥିଲେ । କର୍ଣ୍ଣାଟକ ଜେଲରେ ବନ୍ଦୀ ଥିବା ଅପରାଧୀଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ କିଛି ଅଫିସରଙ୍କ ସହ ଡିଲ ହୋଇଥିବା ଅଭିଯୋଗ କରିଥିଲେ ଡି. ରୂପା । ଏହା ପରେ ତାଙ୍କ ନାଁରେ ୨୦ କୋଟି ଟଙ୍କାର ଏକ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା । ପରେ ତାଙ୍କୁ ବଦଳି ହେବାକୁ ପଡିଥିଲା ।

 ସେ କହିଛନ୍ତି, ଜଣେ ସାଧାରଣ ଲୋକ ଯେଉଁ ଭଳି ଭାବେ ପ୍ରଶାସନ ଉପରେ ବିଶ୍ବାସ ରଖନ୍ତି ତାହାକୁ ନିଭାଇବା ସରକାରୀ କର୍ମଚାରୀଙ୍କ ଦାୟିତ୍ବ । ତେଣୁ ଲୋକମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ସମସ୍ତେ ପ୍ରତିଶୃତିବଦ୍ଧ ହେବା ଉଚିତ ବୋଲି ଡି. ରୂପା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.