Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ

13/01/2021 at 6:43 PM

କଟକ୧୩/୧: ସାମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ​ଶୋକ ପ୍ରକାଶ କରିଛନ୍ତି। ପ୍ରକାଶ ରାଓଙ୍କ କାର୍ଯ୍ୟଶୈଳୀ ସବୁଦିନ ପାଇଁ ସ୍ମରଣୀୟ ରହିବ​‌ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଜଣାଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ବଟ୍ ମାଧ୍ୟମରେ ଶୋକବ୍ୟକ୍ତ କରିଛନ୍ତି। ସେ ଟ୍ବିଟ୍‌ରେ ଲେଖିଛନ୍ତି,  ପ୍ରକାଶ ରାଓ କାର୍ଯ୍ୟ ସମସ୍ତଙ୍କ ପାଇଁ ଉଦାହରଣ। କଟକରେ ତାଙ୍କ ସହ ମିଶିବାର ସୁଯୋଗ ମିଳିଥିଲା। ଏଥିସହ ତାଙ୍କ ପ୍ରକାଶଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

କୋଭିଡ ଏବଂ ବ୍ରେନ୍‌ ଟ୍ୟୁମର ରୋଗରେ ଆକ୍ରାନ୍ତ ଥିଲେ ପ୍ରକାଶ। କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। କଟକ ସମେତ ଦେଶବିଦେଶରେ ଡ ପ୍ରକାଶ ରାଓ ବେଶ ପରିଚିତ ଥିଲେ। ତାଙ୍କ କାର୍ଯ୍ୟଶୈଳୀ ଏବଂ ଚା ବିକ୍ରି କରି ପିଲାମାନଙ୍କୁ ପାଠ ପଢ଼ାଇବା ଭଳି ବିଭିନ୍ନ ସମାଜ କଲ୍ୟାଣ କାମରେ ପ୍ରକାଶ ନିୟୋଜିତ ଥିଲେ। ଦୈନିକ ହସ୍ପିଟାଲକୁ ଆସୁଥିବା ହଜାର ହଜାର ରୋଗୀଙ୍କୁ ମାଗଣାରେ ସେ ଗରମ ପାଣି ଯୋଗାଉଥିଲେ। ତାଙ୍କର ଏଭଳି କାର୍ଯ୍ୟ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରେ ପହଞ୍ଚି ଡି ପ୍ରକାଶ ରାଓଙ୍କୁ ସାକ୍ଷାତ କରିଥିଲେ। ​‌

   Related Posts