Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପର୍ଣ୍ଣ ସାଇଟ୍‌ରେ ଲିକ୍ ହେଲା ଅଭିନେତ୍ରୀଙ୍କ ଇଣ୍ଟିମେଟ୍ ସିନ୍,ୱେବ୍ ସିରିଜ ନା ରେ ଧୋକ୍କା… ନିର୍ଦ୍ଦେଶକ କହିଲେ, ୨୩ ବର୍ଷରେ ଏମତି ଭୋଗିନି

11/12/2019 at 12:24 PM

ବଲିଉଡରେ ଅନେକ କାଷ୍ଟିଂ କାଉଚ୍‌ର କାହାଣୀ ସାମ୍ନାକୁ ଆସେ। ହେଲେ ଏଥର ଫିଲ୍ମି ଦୁନିଆ ଜଡିତ ଏକ ଅଭାବନୀୟ କଥାଟିଏ ସାମ୍ନାକୁ ଆସିଛି। ୨୩ ବର୍ଷ ଧରି ଟିଭି ଓ ଫିଲ୍ମ ଦୁନିଆରେ କାମ କରୁଥିବା ନିର୍ଦ୍ଦେଶକ ରଶୋନ ଗେରୀଙ୍କ ଅଭିଯୋଗ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଛି। (Roshan Gerry) ରଶୋନଙ୍କ ଅନୁସାରେ ଏକ ଅନଲାଇନ୍‌ କଣ୍ଟେଟ୍‌ ଆପ ତାଙ୍କ ୱେବ୍‌ ସିରିଜର ଏପିସୋଡ୍‌କୁ ପର୍ଣ୍ଣ ସାଇଟ୍‌ରେ ଅପଲୋଡ କରିଛି। ସେପଟେ ଏଭଳି ଧୋକାର ଶିକାର ହୋଇଥିବା ଅଭିନେତ୍ରୀ କାଜଲ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏନେଇ ବହୁତ ଦୁଃଖିତ ଯେ, ତାଙ୍କ ଇଣ୍ଟିମେଟ୍‌ ସିନ୍‌ର ଫୁଟେଜ୍‌ ପର୍ଣ୍ଣ ସାଇଟ୍‌ରେ ଅପଲୋଡ୍‌ କରାଯାଇଛି। ରଶୋନ ଗେରୀଙ୍କର ଏହି ୱେବ ସିରିଜର ନାଁ ହେଉଛି ଡି କୋଡ୍‌। ଏହି ସିରିଜରେ ଟିଭିର ଅନେକ ନାମୀ ଦାମୀ କଳାକାର ମଧ୍ୟ ସାମିଲ ଅଛନ୍ତି।

ଏକ ସାକ୍ଷାତକାରରେ ରଶୋନ କହିଛନ୍ତି ଯେ, ସେ ୨୩ ବର୍ଷ ହେବ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ହେଲେ ଏହି ଘଟଣା ତାଙ୍କୁ ଆଶ୍ଟର୍ଯ୍ୟ କରିଛି। ସେ କେବେ ଭାବିନଥିଲେ ଯେ, ତାଙ୍କ ସହ ଏତେ ବଡ ଧୋକା ହେବ। ତାଙ୍କ ୱେବ ସିରିଜରେ କିଛି ଇଣ୍ଟିମେଟ୍‌ ସିନ ଥିଲା ସତ କିନ୍ତୁ ପର୍ଣ୍ଣ ସାଇଟ୍‌ ପାଇଁ ସେ ସୁଟ୍‌ କରାଇନଥିଲେ। ଏହି ୱେବ ସିରିଜର ପ୍ରମୋ ଆସିବା ପରେ ରଶୋନଙ୍କୁ ଅନେକ କଲ ଆସିଲା। ତାଙ୍କ ୱେବ ସିରିଜର କଣ୍ଟେଟ୍‌ ପର୍ଣ୍ଣ ସାଇଟରେ ଅପଲୋଡ ହୋଇଥିଲା। ଏନେଇ ସେ ଆପର ସଦସ୍ୟଙ୍କ ସହ କଥା ହୋଇଥିଲେ। କିନ୍ତୁ ସେମାନେ ନାହିଁ କୌଣସି ସାହାଯ୍ୟ କରିଥିଲେ ନା କିଛି ଡିଲିଟ କରିଲେ। ରଶୋନଙ୍କ ଅଭିଯୋଗ ଅନୁସାରେ ତାଙ୍କ ୱେବ ସିରିଜ କଣ୍ଟେଟ୍‌ ଉଲ୍ଲୁ ନାମକ ଏକ ଆପ୍‌ ପର୍ଣ୍ଣ ସାଇଟ୍‌ରେ ଲିକ୍‌ କରିଛି।   

ବ୍ଲାକ କଫି ଭଳି ୱେବ ସିରିଜରେ ନଜର ଆସିଥିବା ଅଭିନେତ୍ରୀ କାଜଲ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଅନେକ ଖରାପ ସିନ୍‌ ମଧ୍ୟ ପର୍ଣ୍ଣ ସାଇଟ୍‌ରେ ସେୟାର କରାଯାଇଛି। ତାଙ୍କ ସିନ୍‌ରେ ଅନ୍ୟ କାହାର ଭଏସ୍‌ ଡବିଂ କରାଯାଇଥିଲା। ଏହି ଡବିଂ ବହୁତ ଅଶ୍ଳୀଳ ଥିଲା। କାଜଲ କଣ କରିଛନ୍ତି ତାହା କେବଳ ସେ ନିଜେ ଓ ତାଙ୍କ ନିର୍ଦ୍ଦେଶକ ଜାଣିଛନ୍ତି। ତାଙ୍କ ପରିବାର ଲୋକଙ୍କ ସାମ୍ନାରେ ସେ ହାରିଯାଇଥିଲେ। ୪ ମାସ ଯାଏଁ ସେ ଅବସାଦଗ୍ରସ୍ତ ହୋଇଥିଲେ। ହେଲେ ଏବେ ସେ ଚୁପ୍‌ ରହିବେ ନାହିଁ ଓ ଏଭଳି ସମସ୍ୟାର ସାମ୍ନା କରିବେ ଓ ଦୋଷୀମାନଙ୍କୁ ଉଚିତ୍‌ ଶିକ୍ଷା ଦେବେ।  

   Related Posts