ବିପୁଳ ପରିମାଣରେ ବନ୍ଧୁକ ଓ ଗୁଳି ଜବତ ଘଟଣା: ୩ ଦିନିଆ ରିମାଣ୍ଡରେ ଯିବେ ଡି’ ବ୍ରଦର୍ସ
24/12/2020 at 4:14 PM

କଟକ୨୪/୧୨: ଦୀର୍ଘଦିନ ପରେ କୋର୍ଟରେ ହାଜର ହେବେ ଡି ବ୍ରଦର୍ସ। ନିକଟରେ ଧଳସାମନ୍ତ ବ୍ରଦର୍ସଙ୍କ ସିଡିଏ ବାସଭବନରୁ ବିପୁଳ ପରିମାଣର ବନ୍ଧୁକ ଏବଂ ଗୁଳି ମିଳିବା ଘଟଣାରେ ଉଭୟ ଭାଇଙ୍କୁ ପକ୍ଷଭୁକ୍ତ କରିବା ପାଇଁ କୋର୍ଟରେ ନିବେଦନ କରିଥିଲା ଚୌଦ୍ବାର ଥାନା ପୋଲିସ। ସେହିଦିନ ୨ ଭାଇଙ୍କୁ ମଧ୍ୟ ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ।
ଏହି ଘଟଣାରେ ଉଭୟ ଭାଇଙ୍କ ନାଁରେ ମାମଲା ରୁଜୁ କରି ପକ୍ଷଭୁକ୍ତ କରିଛି ଚୌଦ୍ବାର ଥାନା ପୋଲିସ। ବଡ ଭାଇ ସୁଶାନ୍ତ ଧଳସାମନ୍ତକୁ ବଲାଙ୍ଗୀର ଜେଲ୍ ଓ ସାନ ଭାଇ ସୁଶୀଲ ଧଳସାମନ୍ତଙ୍କୁ ବାଲେଶ୍ବର ଜେଲରୁ ଆଣି କଟକ ଜେଏମଏଫ ସି କୋର୍ଟରେ ହାଜର କରିଛି ପୋଲିସ।କଡା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଭାଇଙ୍କୁ କୋର୍ଟରେ ହାଜର କରାଇଥିଲା ପୋଲିସ।
ଗତ ୧୦ ତାରିଖରେ ଧଳ ସାମନ୍ତଙ୍କ ଘରୁ ପୋଲିସ ଜବତ କରିଥିଲା ୮ଟି ବନ୍ଧୁକ ଓ ୧୦ ରାଉଣ୍ଡରୁ ଊର୍ଦ୍ଧ୍ବ ଗୁଳି। ସେହି ମାମଲାରେ ପୋଲିସ ଅଧିକ ତଦନ୍ତ କରିବା ପାଇଁ ଉଭୟ ଭାଇଙ୍କୁ ତିନି ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟକୁ ନିବେଦନ କରିଛି କମିଶନରେଟ ପୋଲିସ।