ଫାଟିଗଲା ଗ୍ୟାସ ସିଲିଣ୍ଡର, ମା’କୁ ବଞ୍ଚାଇବାକୁ ଯାଇଥିଲା ପୁଅ, ନିଆଁ ଧାସରେ ଉଭୟ ଗୁରୁତର

Published By : Prameya-News7 Bureau | September 13, 2021 IST

କେନ୍ଦ୍ରାପଡା, ୧୩/୦୯:  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ଥାନା ଅନ୍ତର୍ଗତ ଗତାନଈ ଗ୍ରାମରେ ଏକ ଅଘଟଣ ଘଟିଛି । ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଗ୍ରାମର ମାନସ ନାୟକଙ୍କ ଘରେ ଆଜି ଅପରାହ୍ନରେ ରନ୍ଧନ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ମାନସଙ୍କ ବୃଦ୍ଧା ମା ରେବତି ଶୋଇଥିବା ଘରେ ସିଲିଣ୍ଡର ଥିବାରୁ ନିଜ ମାକୁ ବଞ୍ଚାଇବାକୁ ଯାଇ  ମାନସଙ୍କ ଦୁଇହାତ ଓ ପାଦ ପୋଡିହୋଇ ଯାଇଥିଲା ।

ରେବତୀଙ୍କର ହାତ ଏବଂ ଗୋଡ ପୋଡିଯିବା ସହିତ ଗ୍ୟାସ ନିଆଁ ଧାସରେ ମୁହଁ, କାନ, ନାକ ମଧ୍ୟ ଆଂଶିକ ପୋଡି ଯାଇଛି। ସେହିପରି ମାନସଙ୍କ ସ୍ତ୍ରୀ ଦେବକୀ ଏବଂ ପୁଅ ମଧ୍ୟ ସାମାନ୍ଯ ଆହାତ ହୋଇଛନ୍ତି । ଏଥିରେ ମାନସଙ୍କ ଘରର କବାଟ, ଖଟ ସହିତ ଗୋଟିଏ ମଟର ସାଇକେଲ ସଂପୂର୍ଣ୍ଣ ପୋଡି ଯାଇଛି । ଖବରପାଇ ମାର୍ଶାଘାଇରୁ ଅଗ୍ନିଶମ ବାହିନୀ ପହଁଚି ଜଳୁଥିବା ଗ୍ୟାସ ସିଲିଣ୍ଡରକୁ ଲିଭାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.