Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଝୁପୁଡି ଘରେ ସିଲିଣ୍ଡର ଫାଟିବାରୁ ଭୟଙ୍କର ଅଗ୍ନିକାଣ୍ଡ, ମିଳିଲା ୨ ମୃତ ଦେହ, ଅନେକ ପିଲା ଫସି ରହିଥିବା ଆଶଙ୍କା

11/04/2021 at 3:50 PM

ନୋଏଡା ୧୧।୦୪: ନୋଏଡାର ସେକ୍ଟର ୬୩ ସ୍ଥିତ ବହଲୋଲପୁରରେ ଝୁପୁଡି ଘରଗୁଡିକରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଅନେକ ପିଲା ଫସି ରହିଥିବା ଆଶଙ୍କା କରାଯାଉଛି। ଏ ପର୍ଯ୍ୟନ୍ତ ଦୁଇ ପିଲାଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ବାକିଙ୍କ ସନ୍ଧାନ ଜାରି ରହିଛି।  ଏଠାରେ ୨୦ ବିଘା ଅଞ୍ଚଳରେ ୧୬୦୦ରୁ ଅଧିକ ଝୁପୁଡି ଘରେ ପ୍ରାୟ ୭ ହଜାରରୁ ଅଧିଲ ଲୋକ ରହୁଥିଲେ।

ସିଲିଣ୍ଡର ଫାଟିବା କାରଣରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହା ପରେ ଗୋଟିଏ ପରେ ଗୋଟିଏ ଅନେକ ସିଲିଣ୍ଡର ଫାଟିଥିଲା। ଏ ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ଏହି ଭୟଙ୍କର ଅଗ୍ନୀକାଣ୍ଡରେ ଅନେକ କିଲୋମିଟର ଯାଏଁ ଧୂଆଁ ବ୍ୟାପୀ ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ ନିଆଁକୁ ନିୟନ୍ତ୍ରଣ କରିବାରେ ଜୁଟିଛନ୍ତି। ଅଗ୍ନିକାଣ୍ଡ ଅପରାହ୍ନ ପ୍ରାୟ ୧ଟାରେ ଘଟିଛି।

   Related Posts