Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସିଲିଣ୍ଡର ବ୍ଲାଷ୍ଟ ପରେ ଲାଗିଲା ନିଆଁ, ୪ ମୃତ ଓ ଜଣେ ଗୁରୁତର

30/06/2021 at 7:58 AM

ନୂଆଦିଲ୍ଲୀ ୩୦/୬ : ପୂର୍ବ ଦିଲ୍ଲୀର ଶାହଦରା ଅଞ୍ଚଳରେ ଏକ ସିଲିଣ୍ଡର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ । ଏଥିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ବିଳମ୍ୱିତ ରାତିରେ ଘଟିଛି ଏହି ଘଟଣା । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ଏହି ଘଟଣା ଶାହାଦାର ଫ୍ଲୋର ମାର୍କେଟ ଅଞ୍ଚଳରେ ଘଟିଛି । ପ୍ରାୟ ୧୨.୧୪ ମିନିଟରେ, ଶାହଦରା ଅଞ୍ଚଳରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ନେଇ ଏକ କଲ ଆସିଥିଲା ।

ଏହି ଅଗ୍ନିଶମ ବିଭାଗର ୯ଟି ଗାଡି ଘଟଣାସ୍ଥଳକୁ ଯାଇଥିଲେ । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ୫ ଜଣଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା । କିନ୍ତୁ ୪ ଜଣଙ୍କର ମୃତ୍ୟୁ ହେବା ଅନ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ଥାଉକି, ଏଲପିଜି ସିଲିଣ୍ଡର ଲିକ୍ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଗୁରୁତର ଥିବା ବ୍ୟକ୍ତିଙ୍କର ୨୫ ପ୍ରତିଶତ ପୋଡିଯାଇଛି ।

   Related Posts