ଗ୍ୟାସ୍‌ ସିଲିଣ୍ଡର ଫାଟି ୧୧ମୃତ, ଅନେକ ଆହତ

Published By : Prameya-News7 Bureau | January 28, 2020 IST

ଲାହୋର ୨୮।୦୧: ଗ୍ୟାସ ସିଲିଣ୍ଡର ଫାଟି ୧୧ଜଣ ମୃତ ।  ପାକିସ୍ତାନ ଲାହୋର ସ୍ଥିତ ଏକ ଅତର ଫ୍ୟାକ୍ଟ୍ରିରେ ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଦମକଳ ବାହିନୀର ୧୦ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି ।

wp:core-embed/twitter {"url":"https://twitter.com/dawn_com/status/1222050219166138368","type":"rich","providerNameSlug":"twitter","className":""}
https://twitter.com/dawn_com/status/1222050219166138368
/wp:core-embed/twitter

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଲାହୋର ସ୍ଥିତ ସାହଦରା ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫ୍ୟାକ୍ଟ୍ରିରେ ଅନେକ ଶ୍ରମିକ କାମ କରୁଥିବା ବେଳେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ତେବେ ଘରକୁ ଲାଗି ରହିଥିବା ପ୍ରାୟ ସମସ୍ତ ଘରକୁ ନିଆଁ ବ୍ୟାପିଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ୧୦ଟି ଦମକଳ ଗାଡି ନିୟୋଜିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.