ତୃଣମୂଳ କଂଗ୍ରେସ୍ କାର୍ଯ୍ୟାଳୟରେ ବିସ୍ଫୋରଣ :ଜଣେ ମୃତ ୬ଜଣ ଗୁରୁତର

Published By : Prameya-News7 Bureau | August 23, 2018 IST

ମେଦିନାପୁର ୨୩/୮:ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲା ଅର୍ନ୍ତଗତ ମକରମପୁର ତୃଣମୂଳ କଂଗ୍ରେସ୍ କାର୍ଯ୍ୟାଳୟରେ ଆଜି ସକାଳୁ ବଡ଼ ଧରଣର ବିସ୍ଫୋରଣ ଘଟି ଜଣେ ଦଳୀୟ କର୍ମୀଙ୍କ ମୃତ୍ୟୁ ହୋଇଛି। ୬ଜଣ ଆହତ ହୋଇଥିବାବେଳେ ୨ଜଣ ଗୁରୁତର ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ମେଦିନାପୁର ମେଡିକାଲ କଲେଜରେ ଭର୍ତ୍ତିୀ କରାଯାଇଛି। ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ତୃଣମୂଳ କଂଗ୍ରେସର କର୍ମୀ ହେଲେ ୪୦ବର୍ଷ ବୟସ୍କ ସୁଦିପ୍ତ ଘୋଷ୍। ଏହି ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ବିଜେପି ଓ କଂଗ୍ରେସ୍ ପକ୍ଷରୁ କୁହାଯାଇଛି ଯେ,ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ତୃଣ କଂଗ୍ରେସ୍ କାର୍ଯ୍ୟାଳୟ ବୋମା ଠୁଳ କରାଯାଇଥିଲା। ଲୋକଙ୍କୁ ଆତଙ୍କିତ କରିବା ପାଇଁ ଏହା ଉର୍ଦ୍ଦିଷ୍ଟ ଥିଲା। କୈାଣସି କାରଣବଶତଃ ଏଥିରେ ଅଗ୍ନି ସଂଯୋଗ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅପରପକ୍ଷରେ ତୃଣମୂଳ କଂଗ୍ରେସ୍ ପକ୍ଷରୁ କୁହାଯାଇଛି ଯେ,କାର୍ଯ୍ୟାଳୟ ମଧ୍ୟରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ଏହି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଦଳୀୟ କାର୍ଯ୍ୟାଳୟର ଗୋଟିଏ ବଡ଼ ଅଂଶ ଭାଙ୍ଗି ଚୁରମାର ହୋଇଯାଇଛି। କିନ୍ତୁ କାର୍ଯ୍ୟାଳୟ ମଧ୍ୟରେ ଥିବା ଗ୍ୟାସ୍ ସିଲିଣ୍ଡର ଅକ୍ଷତ ଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.