ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ

Published By : Prameya-News7 Bureau | October 06, 2020 IST

ଚଣ୍ଡିଖୋଲ ୦୬।୧୦: ଗ୍ୟାସ୍‌ ସିଲିଣ୍ଡରରୁ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଗଲେ ଲୋକ । ଯାଜପୁର ଜିଲ୍ଲା   ଅଣକା ପଞ୍ଚାୟତର ମହାଦେଇପୁର ଗାଁର ଗୋବିନ୍ଦ ଚନ୍ଦ୍ର ରାଉତଙ୍କ ଘରେ ଘଟିଛି ଘଟଣା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ରୋଷେଇ ସାରି ଗ୍ୟାସ ବନ୍ଦ କରୁଥିବା ବେଳେ ହଠାତ୍ ଟାଙ୍କି ନିକଟରେ ନିଆଁ ଲାଗିଯିବା ଦେଖି ଘରର ମହିଳା ଜଣଙ୍କ ଚିତ୍କାର କରି ଡାକ ପକାଇଲେ ଓ ତୁରନ୍ତ ଘରୁ ପ୍ରାଣବିକଳରେ ଦୌଡ଼ି ପଳାଇ ଆସିଲେ। ସ୍ଥାନୀୟ ଲୋକଙ୍କ ବହୁ ଚେଷ୍ଟା ସତ୍ତ୍ୱେ ନିଆଁକୁ ଅକ୍ତିଆର କରିବାରିରେ ସମ୍ଭବ ହୋଇନଥିବାରୁ ଚଣ୍ଡିଖୋଲ ଅଗ୍ନିଶ୍ରମ ବିଭାଗକୁ ଜଣାଯାଇଥିଲା ।  ଖବର ପାଇ ଅଗ୍ନିଶ୍ରମ ବାହିନୀ ପହଁଛି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ କି ବହୁ କ୍ଷୟକ୍ଷତିରୁ ବର୍ତ୍ତିଯାଇଛନ୍ତି । ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ପରିବାର ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.